ବୋର୍ ହୋଇଗଲେଣି ଅଲ୍ଲୀ ଅସ୍ଗର
ଟେଲି ପରଦାର ଅଲ୍ଲୀ ଅସ୍ଗର ଓରଫ୍ ‘ଦାଦି’ ଏବେ ବୋର୍ ହୋଇଗଲେଣି ଏବଂ ସେ କପିଲ୍ ଶର୍ମା ଶୋ’ ଛାଡ଼ିପାରନ୍ତି ବୋଲି ଖବର ଆସିଛି । ଏକ ସାକ୍ଷାତକାରରେ ଅଲ୍ଲୀଙ୍କ ପକ୍ଷରୁ ସୂଚନା ମିଳିଛି ଯେ ସେ ‘ଦାଦି’ ଚରିତ୍ରରେ ଅଭିନୟ କରି କରି ବୋର୍ ହୋଇଗଲେଣି ।
ସେହି ଚରିତ୍ରରେ କୌଣସି ନୂତନତା ନାହିଁ । ତେଣୁ ସେ ମାନସିକ ଭାବେ ଦୁର୍ବଳ ହୋଇପଡ଼ୁଛନ୍ତି । ସେ କିଛି ନୂଆ କରିବା ପାଇଁ ଚାହୁଁଛନ୍ତି । ସୂଚନାଯୋଗ୍ୟ ଏବେ କପିଲ୍ ଶୋ’ ଟିଆର୍ପି ହାସଲ କରିବାରେ ସଫଳ ହୋଇଛି ଏବଂ ପ୍ରତିଥର ଭଳି ଦର୍ଶକ ଅଲ୍ଲୀଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ।
ଆଗାମୀ ଦିନରେ ଅଲ୍ଲୀ ବଡ଼ ପରଦାକୁ ଏଣ୍ଟ୍ରୀ କରିବେ । ଅଲ୍ଲୀଙ୍କ ଅଭିନୀତ ହରର୍ ଫିଲ୍ମ ‘ଅମାବସ୍’ ଆସନ୍ତା ୮ ତାରିଖରେ ସିନେମାଘରକୁ ଆସିବ । ଭୂଷଣ ପଟେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନର୍ଗୀସ୍ ଫାକ୍ରୀ ଓ ସଚିନ୍ ଯୋଶୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଟେଲି ପରଦାରେ କପିଲଙ୍କ ଲେଉଟାଣୀ ଦର୍ଶକଙ୍କ ପାଇଁ ଖୁସିର ବର୍ଷା କରାଇଥିବାବେଳେ ଅଲ୍ଲୀଙ୍କର ଏଭଳି ମନୋଭାବ ଦର୍ଶକଙ୍କ ପାଇଁ ନିରାଶାଜନକ ବୋଲି ଚର୍ଚ୍ଚା ହେଉଛି।