ଐଶ୍ଵର୍ଯ୍ୟାଙ୍କ ଠୁ ଶିଖନ୍ତୁ ଘରକରଣା
ମିସ୍ ୱାଲ୍ଡ ତାଜ୍ ବିଜୟିନୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ରିଲ୍ ଲାଇଫ୍ରେ ଷ୍ଟାର୍ଡମ୍କୁ ବଜାୟ ରଖିଥିବାବେଳେ ରିଏଲ୍ ଲାଇଫ୍ରେ ଜଣେ ସଫଳ ମା’, ସଫଳ ପତ୍ନୀ ଓ ସଫଳ ବୋହୁର ଦାୟିତ୍ୱକୁ ଭଲ ଭାବେ ତୁଲାଇ ଆସୁଛନ୍ତି । ତେବେ ଏହି ସଫଳତା ପଛରେ ରହିଛି କେବଳ ୫ଟି ଟିପ୍ସ, ଯାହାକୁ ଆପଣାଇ ଆପଣ ମଧ୍ୟ ନିଜ ଜୀବନକୁ ସରସ ସୁନ୍ଦର କରିପାରିବେ । ୱାର୍କିଙ୍ଗ୍ ୱିମେନ୍ଙ୍କ ପାଇଁ ଏହି ଟିପ୍ସ ଅଧିକ ଲାଭପ୍ରଦ । ତେବେ ଆସନ୍ତୁ ଜାଣିବା –
୧- ପ୍ରଥମ ଟିପ୍ସ ହେଉଛି, ସମାଲୋଚନାକୁ ନିଜ ଜୀବନରୁ ବାଦ୍ ଦେବା । କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ବା ଘରକରଣା ଅନେକ ଲୋକ କୌଣସି ନା କୌଣସି କଥାକୁ ନେଇ ସମାଲୋଚନା କରିଥାନ୍ତି । ତେଣୁ ଏହାକୁ କେବେ ମଧ୍ୟ ଧ୍ୟାନ ଦିଅନ୍ତୁ ନାହିଁ ।
୨- ପର୍ସନାଲ୍ ଲାଇଫ୍କୁ ସବୁବେଳେ ପ୍ରୋଫେସନାଲ୍ ଲାଇଫ୍ଠାରୁ ଅଲଗା ରଖନ୍ତୁ । ଘର କଥା ଅଫିସ୍ରେ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ ।
୩- କାର୍ଯ୍ୟ କ୍ଷେତ୍ରରେ ସବୁବେଳେ ନୂଆ ଚ୍ୟାଲେଞ୍ଜ୍କୁ ଗ୍ରହଣ କରନ୍ତୁ । ଏହା ଆପଣଙ୍କ ଅର୍ନ୍ତନିହିତ ଶକ୍ତିର ବିକାଶ କରିବ ଏବଂ ଆପଣଙ୍କୁ ଉନ୍ନତି ପଥରେ ଅଗ୍ରସର କରାଇବ ।
୪- ନିଜର ବ୍ୟସ୍ତ ଜୀବନ ଭିତରେ ମଧ୍ୟ ପିଲାମାନଙ୍କ ପାଇଁ ଅଧିକରୁ ଅଧିକ ସମୟ ବାହାର କରନ୍ତୁ । ବିଭିନ୍ନ ପାର୍ଟିରେ ଆପଣ ପିଲାମାନଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଆନ୍ତୁ ।
୫- ବ୍ୟକ୍ତିଗତ ଓ କାର୍ଯ୍ୟକ୍ଷେତ୍ର ମଧ୍ୟରେ ତାଳମେଳ ସଠିକ୍ ରଖନ୍ତୁ । ଅଫିସ୍ କାମକୁ ଯେଭଳି ଅଣଦେଖା କରିହେବନି, ସେଭଳି ଘରର କୌଣସି କାମରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ କିଛି ଛୋଟମୋଟ କାମ ନିଜେ କରିଦିଅନ୍ତୁ । ଏହା ସମସ୍ତଙ୍କ ମନରେ ଖୁସି ଆଣିଥାଏ ।