ଏବେ କାଳିଆ ବୃତ୍ତି: ଚାଷୀ ପରିବାରର ପିଲାଙ୍କୁ ସରକାରୀ କଲେଜରେ ମାଗଣା ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ‘ମୁଁ ଚାହେଁ ଆପଣମାନଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଆଇନିଜ୍ଞ ଆଦି ବୃତ୍ତିଧାରୀ ହୁଅନ୍ତୁ। ସେଥିପାଇଁ ମୁଁ କାଳିଆ ଛାତ୍ରବୃତ୍ତି ଘୋଷଣା କରୁଛି। ଏଣୁ ଆପଣ ପିଲାଙ୍କୁ ପାଠ ପଢ଼ାନ୍ତୁ, ଉଚ୍ଚଶିକ୍ଷା ବାବଦ ଖର୍ଚ ସରକାରଙ୍କର’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାରା ଭାରତରେ ଚାଷୀଙ୍କ ବିକାଶ ମାର୍ଗରେ ସହାୟକ ହେଉଥିବା ଚାଷୀଙ୍କୁ ସିଧାସଳଖ ଅର୍ଥ ସହାୟତା ଯୋଜନା ‘କାଳିଆ’କୁ ପାଦେ ଆଗକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଏଣିକି କେବଳ ଚାଷୀ ନୁହେଁ ଚାଷୀ ପରିବାରର ପିଲାମାନେ ବି ସିଧାସଳଖ ସହା୍ରତା ପାଇପାରିବେ। ରାଜ୍ୟ ସରକାର ଏହି ଘରର ପିଲାଙ୍କୁ ଉଚ୍ଚତ୍ତର ପ୍ରଫେସନାଲ୍‌ ପାଠ୍ୟକ୍ରମ ପଢ଼ିବାକୁ ସହା୍ରତା ପ୍ରଦାନ କରିବେ। ସରକାରୀ ପ୍ରଫେସନାଲ୍‌ କଲେଜ୍‌ରେ ସେମାନଙ୍କ ପାଠପଢ଼ା ସମ୍ପୂଣ୍ଣ ମାଗଣାରେ ହେବ।

କେନ୍ଦୁଝରଠାରେ ଚାଷୀ ସମାବେଶକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆପଣମାନେ ପିଲାଙ୍କୁ ଭଲ ପାଠ ପଢ଼ାନ୍ତୁ, ଉଚ୍ଚଶିକ୍ଷା ବାବଦ ଖର୍ଚ ସରକାର ବହନ କରିବେ’।

କେନ୍ଦୁଝରରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପକୁ ସେ ଉଦ୍‌ଘାଟନ କରିଛନ୍ତି। ୬୬କୋଟି ଟଙ୍କାର ବିନିବେଶରେ ହୋିଥିବା ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ୨୧୦୦ କୋଟି ଟଙ୍କାର ଶିଳାନ୍ୟାସ କରିଥିଲେ।

ସେଦିନ ନକ୍ସଲ, ଆଜି ଆଦର୍ଶ: ୩ ବର୍ଷ ପରେ କେମିତି ରହିଛି ଜଙ୍ଗଲରେ ହୋଇଥିବା…

ବାସହୀନଙ୍କୁ ମାଗଣା ରାତ୍ରୀଯାପନ: ସିଏମ୍‌ସି କମିଶନରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌

Leave a Reply

Your email address will not be published.