ରେଖାଙ୍କ ମଜାଦାର୍ ଭିଡିଓ ଭାଇରାଲ୍
ନିକଟରେ ରେଖାଙ୍କର ଏକ ମଜାଦାର୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡର ପ୍ରଖ୍ୟାତ ଫଟୋଗ୍ରାଫର୍ ଡବୁ ରତନାନୀଙ୍କ କ୍ୟାଲେଣ୍ଡର୍ ଲଂଚ ପାର୍ଟିରେ ରେଖାଙ୍କର ଏକ ମଜାଦାର୍ ଅବସରଦେଖିବାକୁ ମିଳିଥିଲା, ଯାହାକି ଏକ ଛୋଟ ଭିଡିଓ ଭାବେ ସେୟାର୍ ହୋଇଛି ଏବଂ ସିନେପ୍ରେମୀ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି । ପ୍ରଶଂସକ ପକ୍ଷରୁ ଏହାକୁ ନେଇ ଅନେକ ମଜାଦାର୍ କମେଣ୍ଟ୍ ମଧ୍ୟ କରାଯାଇଛି ।
ଖବରଟି ହେଉଛି – କ୍ୟାଲେଣ୍ଡର୍ ଲଂଚ ପାର୍ଟିରେ ରେଖା ଓ ଡବୁ ରତନାନୀ କୁନି କୁନ ପିଲାଙ୍କ ସହିତ କିଛି ଫଟୋ ପୋଜ୍ ହେଉଥିଲେ । ଏହା ସରିବା ପରେ କେତେଜଣ ଫଟୋଗ୍ରାଫର୍ ରେଖାଙ୍କୁ ପୋଜ୍ ଦେବା ପାଇଁ ଅନୁରୋଧ କରିଥିଲେ । ରେଖା ଅଜାଣତରେ ବିଗ୍ ବିଙ୍କ ପୋଷ୍ଟର୍ ସାମନାରେ ପୋଜ୍ ଦେବା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ହଠାତ୍ ବୁଲିପଡ଼ି ପଛକୁ ଚାହିଁଥିଲେ । ରେଖାଙ୍କର ବ୍ୟାକ୍ଗ୍ରାଉଣ୍ଡରେ ଥିଲା ବିଗ୍ ବିଙ୍କର ଏକ ବଡ଼ ପୋଷ୍ଟର୍ । ଏହା ଦେଖିବା ମାତ୍ରେ ରେଖା ସଙ୍ଗେ ସଙ୍ଗେ ସେଠାରୁ ଚାଲିଆସି ଆଉ ଏକ ଜାଗାରେ ଫଟୋପୋଜ୍ ଦେଇଥିଲେ ।
ବିଗ୍ ବିଙ୍କ ପୋଷ୍ଟର୍ ଦେଖିବା ପରେ ରେଖାଙ୍କର ପ୍ରତିକ୍ରିୟା ଏକ ମଜାଦାର୍ ମୁହୂର୍ତ୍ତ ଥିଲା । ଏହାକୁ କ୍ୟାମେରାରେ କଏଦ୍ କରି ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଛି । ଏହି ଭିଡିଓକୁ ନେଇ କମେଣ୍ଟ୍ ଆସିଛି ଯେ – ‘ଏହି ଭିଡିଓକୁ ଜୟା ବଚ୍ଚନଙ୍କୁ ଦେଖାଯିବା ଉଚିତ୍’ ଏବଂ ‘ଜୟା ବଚ୍ଚନ ଏ ଭିଡିଓକୁ ଦେଖି କ’ଣ କମେଣ୍ଟ୍ ଦେବେ’ ଇତ୍ୟାଦି । ଏହି ପାର୍ଟିରେ ରେଖାଙ୍କର ସୌନ୍ଦର୍ଯ୍ୟ ଓ ପୋଷାକ ପରିପାଟିକୁ ନେଇ ମଧ୍ୟ ପ୍ରଶଂସକ ଅନେକ ପ୍ରଶଂସା କରିଛନ୍ତି ।