ସପ୍ନାଙ୍କ ହାତରେ ଆଉ ଏକ ସଫଳତା

ଷ୍ଟେଜ୍ ଡ୍ୟାନ୍ସର୍ ତାଲିକାରେ ପ୍ରଥମ ସ୍ଥାନରେ ରାଜ୍ କରୁଥିବା ସପ୍ନା ଚୌଧୁରି ଏବେ ଜଣେ ଚର୍ଚ୍ଚିତ ଚେହେରା । ଭୋଜ୍ପୁରି, ହରିୟାଣ୍ବି ଓ ପଞ୍ଜାବୀ ଫିଲ୍ମରେ ନିଜ ଡ୍ୟାନ୍ସ ତଡ଼୍କା ଦ୍ୱାରା ଯୁବପିଢ଼ିକୁ ପାଗଳ କରିଥିବା ସପ୍ନା ଏବେ ବଲିଉଡ୍କୁ ଏଣ୍ଟ୍ରୀ କରିଛନ୍ତି। ସପ୍ନାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଆଗାମୀ ଫିଲ୍ମ ‘ଦୋସ୍ତି କେ ସାଇଡ୍ ଇଫେକ୍ଟ’ ମାଧ୍ୟମରେ ସପ୍ନା ରୁପେଲି ପରଦାକୁ ଆସିବେ । ଏହି ଫିଲ୍ମର ଏକ ଗୀତ ଏବେ ୟୁଟୁବ୍ରେ ଧମାକା କରିଚାଲିଛି । ‘ମୁଡ୍ ବନାଲୋ, ଥୋଡ଼ା କସ୍ ଲଗା ଲୋ…’ ଗୀତରେ ସପ୍ନାଙ୍କର ଏକ ନିଆରା ଅନ୍ଦାଜ୍ ଦେଖିବାକୁ ମିଳିଛି ।

ଏହି ଗୀତ ରିଲିଜ୍ ହେବାର ୨ ଦିନ ମଧ୍ୟରେ ପ୍ରାୟ ୨ ଲକ୍ଷ ୫୦ ହଜାରରୁ ଊଦ୍ଧ୍ୱର୍ଥର ଦେଖାଯାଇଛି । ଏହି ଗୀତରେ ସପ୍ନାଙ୍କର ମସ୍ତିଭରା ଅନ୍ଦାଜ୍ ସିନେପ୍ରେମୀଙ୍କୁ ପସନ୍ଦ ଆସିଛି । ଗୀତର ଲିରିକ୍ସ ଲେଖିଛନ୍ତି ଦୀପକ୍ ନୂର୍ । ଦେବ୍ ନେଗି, ଅଦିତୀ ସିଂ ଶର୍ମା ଓ ଅଲ୍ତାଫ୍ ସୈୟଦ୍ ଏହାକୁ ସ୍ୱରରେ ସଜାଇଥିବାବେଳେ ମନ୍ନି ବର୍ମା ଓ ଅଲ୍ତାଫ୍ ସୈୟଦ୍ ଏହାର ମ୍ୟୁଜିକ୍ ଦେଇଛନ୍ତି । ହାଦି ଅଲ୍ଲୀ ଅବର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ୮ ତାରିଖରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *