ଏନର୍ଜି ଲେଭଲ୍ ବୃଦ୍ଧି ପାଇଁ ଡ୍ରାଏ ଫୁଡ୍ସ
ଶରୀରରେ ଏନର୍ଜି ଲେଭଲ୍ କମ୍ ଥିଲେ ହାଲିଆ ଲାଗିବା ସହ ସବୁ କାମରେ ଅଳସୁଆ ଲାଗିଥାଏ । ଏହା ସହିତ ରକ୍ତ ଓ ହଜମ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ଏନର୍ଜି ଲେଭଲ୍କୁ ବୃଦ୍ଧି କରିବା ପାଇଁ ଡାକ୍ତରମାନେ ସବୁଜ ପନିପରିବା ଓ ଫଳକୁ ନିଜ ଡାଏଟ୍ରେ ସାମିଲ୍ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ୮ଘଣ୍ଟା ନିଦ ପୁରଣ କରିବା ସହିତ ନିଶାଦ୍ରବ୍ୟ ସେବନ ନ କରିବା ଦ୍ୱାରା ଏନର୍ଜି ଲେଭଲ୍ ବଢିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଡ୍ରାଏ ଫୁଡ୍ସ ମଧ୍ୟ ଏନର୍ଜି ଲେଭଲ୍ ବଢାଇବାରେ ସାହାଯ୍ୟ କରିଥାଏ ।
ଏନର୍ଜି ବୁଷ୍ଟ୍ କରିବା କ୍ଷେତ୍ରରେ କିସ୍ମିସ୍ ସବୁଠାରୁ ଭଲ ବିକଳ୍ପ । କାରଣ କିସ୍ମିସ୍ରେ ଆଇରନ୍ ଓ ଭିଟାମିନ୍ ସି ଅଧିକ ପରିମାଣରେ ଥାଏ । କିସ୍ମିସ୍କୁ ଆପଣ ଶୁଖିଲା ଖାଇପାରିବେ କିମ୍ବା ଏହାକୁ ରାତି ବତୁରାଇ ସକାଳୁ ଖାଇପାରିବେ । ଡାଇବେଟିସ୍ ରୋଗୀ ମଧ୍ୟ କିସ୍ମିସ୍ ଖାଇପାରିବେ । କିନ୍ତୁ ଦିନକୁ ୩ରୁ ଅଧିକ କିସ୍ମିସ୍ ଖାଆନ୍ତୁ ନାହିଁ । ଯେକୌଣସି ସମୟ ହେଉ ନା କାହିଁକି ଖାଲିପେଟରେ କିସ୍ମିସ୍ ଖାଇବା ଅଧିକ ଲାଭପ୍ରଦ ।