ସୋନମ୍ଙ୍କ ସିକ୍ରେଟ୍ ଶାଢି
‘ଏକ୍ ଲଡ୍କି କୋ ଦେଖା ତୋ ଐସା ଲଗା’ର ପ୍ରମୋସନ୍ ଇଭେଣ୍ଟ୍ରେ ସୋନମ୍ ପିନ୍ଧିଥିବା ଶାଢିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଯୁବପିଢ଼ିଙ୍କ ଫ୍ୟାଶନ୍ ଆଇକନ୍ ଭାବେ ମାନ୍ୟତା ପାଇଥିବା ସୋନମ୍ଙ୍କ ଶାଢିର ବିଶେଷ ଆକର୍ଷଣ ହେଉଛି – ଏଥିରେ ଲୁଚି ରହିଥିବା କିଛି ମେସେଜ୍ । ତେଣୁ ସୋନମ୍ଙ୍କ ଏହି ସିକ୍ରେଟ୍ ଶାଢିର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଶାଢିକୁ ପ୍ରସ୍ତୁତ କରିଛନ୍ତି ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର୍ ମସାବା ଗୁପ୍ତା ।
ଶାଢିରେ ଥିବା ମେସେଜ୍କୁ ତାମିଲ୍ ଭାଷାରେ ଲେଖାଯାଇଛି । ତେବେ ତାମିଲ୍ ଭାଷାରେ କ’ଣ ସବୁ ଲେଖାଯାଇଛି, ତାହାକୁ ମସାବା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରିଛନ୍ତି । ପିଚ୍ କଲର୍ ଶାଢିରେ କଳା ରଙ୍ଗରେ ଲେଖାଯାଇଛି – ‘ସୋନମ୍, ମସାବା, ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ । ଫିଲ୍ମ ପ୍ରମୋସନ୍ କ୍ଷେତ୍ରରେ ସୋନମ୍ଙ୍କ ଏହି ଅଭିନବ ଆଇଡିଆ ସିନେପ୍ରେମୀଙ୍କୁ ଖୁବ୍ ଆକର୍ଷିତ କରିପାରିଛି ।
‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ ହିନ୍ଦି ସହିତ ତାମିଲ୍ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ । ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ ଏହା ସିନେମାଘରକୁ ଆସିବ ।