କେଜ୍ରିୱାଲଙ୍କ ମୁହଁରେ ଶ୍ରୀକାନ୍ତଙ୍କ ଅଭିଯୋଗ

ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଆପ‍୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯେଉଁସବୁ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତାହାକୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନା ବାରମ୍ୱାର ଉଠାଇବାରେ ଲାଗିଛନ୍ତି। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଜି ଯେଉଁ ଭାଷଣ ଦେଇଛନ୍ତି ତାହା କେଜ୍ରିୱାଲଙ୍କ ମୁହଁରେ ଶ୍ରୀକାନ୍ତଙ୍କ ଭାଷା ବୋଲି ଚର୍ଚ୍ଚା ହେଉଛି।

କେଜ୍ରିୱାଲ ତାଙ୍କ ଭାଷଣରେ କହିଛନ୍ତି ଯେ,ସ୍ୱାଧୀନତାର ୭୦ବର୍ଷ ପରେ ବି ଦେଶରେ ବିକାଶ ହୋଇପାରି ନାହିଁ । ଆଜି ବି ଆମ ଦେଶରେ କୋଟି କୋଟି ଗରିବ ଲୋକ ଅଛନ୍ତି। ସବୁଠାରୁ ଅଧିକ ଗରିବ ଲୋକ ଓଡ଼ିଶାରେ ଅଛନ୍ତି। କଂଗ୍ରେସ, ବିଜେପି, ବିଜେଡି ଏମାନେ ସବୁ ଦେଶକୁ ଲୁଟିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ୨୦ ବର୍ଷର ନବୀନ ସରକାରରେ ମଧ୍ୟ ବିକାଶ ହୋଇ ନାହିଁ। ଏଠାରେ ଖଣି ମାଫିଆଙ୍କ ରାଜ୍ ଚାଲିଛି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି । ଆଜି ବି ଦେଶରେ କୋଟି କୋଟି ଗରିବ ଅଛନ୍ତି ଏବଂ ସବୁଠାରୁ ଅଧିକ ଗରିବ ଓଡ଼ିଶାରେ ଅଛନ୍ତି । କେନ୍ଦ୍ରରେ ଶାସନ କରୁଥିବା ବିଜେପି, ରାଜ୍ୟ ବିଜେଡ଼ି, କଂଗ୍ରେସ ସମସ୍ତେ ଲୁଟୁଛନ୍ତି ।

କେଜ୍ରିୱାଲ କହିଛନ୍ତ. ଦିଲ୍ଲୀରେ ଆପ୍ ସରକାର ଆସିବା ପୂର୍ବରୁ ପ୍ରାଇଭେଟ୍ ସ୍କୁଲ ଲୁଟୁଥିଲେ । କିନ୍ତୁ ଯେବେଠାରୁ ଆପ୍
ସରକାର ଆସିଛି ସେବେଠାରୁ ସରକାରୀ ସ୍କୁଲରେ ବିକାଶ ହୋଇଛି । ଏମିତି କି ସେ ନିଜ ପୁଅକୁ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ଅରବିନ୍ଦ କହିଛନ୍ତି । ତେଣୁ ଏଠାକାର ନବୀନ ସରକାର ଥରେ ଦିଲ୍ଲୀ ଯାଇ ସେଠାକାର ସରକାରୀ ସ୍କୁଲଗୁଡ଼ିକୁ ଦେଖି ଆସନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନି କିନ୍ତୁ ସେଠାକାର ଲୋକ ୧ ଟଙ୍କା ୟୁନିଟ୍ ପିଛା ଦେଉଛନ୍ତି । ମାତ୍ର ଓଡ଼ିଶାରେ ବିଜୁଳି ଉତ୍ପାଦନ ହୋଇ ମଧ୍ୟ ୟୁନିଟ୍ ପିଛା ୫ଟଙ୍କା ଦେବାକୁ ପଡ଼ୁଛି ।

Leave a Reply

Your email address will not be published. Required fields are marked *