ଉପବାସ କରନ୍ତୁ, ସୁସ୍ଥ ରୁହନ୍ତୁ

ଯେ କୌଣସି ଧର୍ମ ହେଉ ନା କାହିଁକି, ସବୁଥିରେ ଉପବାସ ରହିବାକୁ ଏକ ବିଶେଷ ମହତ୍ୱ ପ୍ରଦାନ କରାଯାଇଛି । ବିଭିନ୍ନ ବ୍ରତ ଓ ଓଷା ମାଧ୍ୟମରେ ଉପବାସ ରହିଲେ ଆତ୍ମା ପବିତ୍ର ହେବା ସହିତ ଭକ୍ତ ଭଗବାନଙ୍କ ଆହୁରି ନିକଟରତ ହୋଇଥାଏ ବୋଲି ଧର୍ମୀୟ ବିଶ୍ୱାସ ରହିଛି । ଆଧ୍ୟାତ୍ମକ ସହିତ ଉପବାସ ପ୍ରକ୍ରିୟାକୁ ଏବେ ବୈଜ୍ଞାନିକ ସମ୍ମତି ମଧ୍ୟ ମିଳିଛି । ଏବେ ହେଲ୍ଥ୍ ବିଶେଷଜ୍ଞମାନେ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବାକୁ ପରାମର୍ଶ ଦେଉଛନ୍ତି । ଉପବାସ ରହିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଉପବାସ ରହିବା ଦ୍ୱାରା ମୁଖ୍ୟତଃ ଆମକୁ ୩ଟି ଲାଭ ମିଳିଥାଏ । ସେଗୁଡ଼ିକ ହେଉଛି –

ଚର୍ବି କମ୍ କରାଏ

ଉପବାସ ଦ୍ୱାରା ଚର୍ବି କମ୍ ହୋଇଥାଏ । ଚର୍ବି କମ୍ ହେବା ଦ୍ୱାରା ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଶରୀର ଫିଟ୍ ଏବଂ ଏହାର ଆକାର ପରଫେକ୍ଟ ହୁଏ ।


ଦୀର୍ଘାୟୁ କରାଇଥାଏ

ଆପଣଙ୍କୁ ବିଶ୍ୱାସ ହେବନି, କିନ୍ତୁ ଉପବାସ ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । କେତେଜଣ ବ୍ୟକ୍ତିଙ୍କୁ ନେଇ ନିୟମିତ ଏହାର ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଉପବାସ କରିବା ଦ୍ୱାରା ଶରୀରାର ମେଟାବୋଲିଜିମ୍ ସ୍ତର ଅଧିକ ହୋଇଥାଏ, ଯାହା ଫଳରେ ଶୀଘ୍ର ବାର୍ଦ୍ଧକ୍ୟ ଆସିନଥାଏ ଏବଂ ବାର୍ଦ୍ଧକ୍ୟଜନିତ ରୋଗର ପରିମାଣ କମ୍ ଥାଏ ।


ସୁସ୍ଥ ମସ୍ତିଷ୍କ

ଏକ ସୁସ୍ଥ ମସ୍ତିଷ୍କ ପାଇଁ ଉପବାସ ନିହାତି ଜରୁରୀ । ଉପବାସ ଦ୍ୱାରା ମସ୍ତିଷ୍କରୁ ‘ବିଡିଏନ୍ଏଫ୍’ ନାମକ ଏକ ରସାୟନିକ ନିର୍ଗତ ହୋଇଥାଏ, ଯାହାକି ବ୍ୟକ୍ତିଙ୍କୁ ବୁଦ୍ଧିମାନ କରିବା ସହିତ ମସ୍ତିଷ୍କ ସମ୍ପର୍କିତ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏହା ସହିତ ଉପବାସ କରିବା ଦ୍ୱାରା ତ୍ୱଚା ସମ୍ପର୍କିତ ଅନେକ ରୋଗ ମଧ୍ୟ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *