ବଲିଉଡରେ ମିଷ୍ଟର୍ ପର୍‌ଫେକ୍ଟଙ୍କ ସୁପୁତ୍ର

ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଷ୍ଟାର୍ କିଡ୍ସଙ୍କ ଗହଳି ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଅନେକ ଦର୍ଶକଙ୍କୁ ଆକୃଷ୍ଟ କରିସାରିଥିବାବେଳେ ଆଉ କେତେଜଣଙ୍କ ଅଭିନୀତ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି । ଏହି ଧାରାରେ ଏବେ ମିଷ୍ଟର୍ ପରଫେକ୍ଟ ଅମୀରଙ୍କ ସୁପୁତ୍ର ଜୁନେଦ୍ ଖାନଙ୍କୁ ମଧ୍ୟ ବଲିଉଡ୍‌ରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ନିକଟରେ ଅମୀର୍ ତାଙ୍କର ହୋମ୍ ପ୍ରଡକ୍ସନ୍ ‘ରୁବରୁ ରୋସନି’ ସମ୍ପର୍କରେ ଏକ ସାକ୍ଷାତକାରରେ କହିଥିଲେ । ଏହି ଫିଲ୍ମ ମାଧ୍ୟମରେ ଜୁନେଦ୍ ବଲିଉଡ୍‌ରେ ଏଣ୍ଟ୍ରୀ କରିପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏ ସମ୍ପର୍କରେ ଅମୀର୍ଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ଜୁନେଦଙ୍କ ସମ୍ପର୍କରେ ଅମୀର୍ କହିଛନ୍ତି ଯେ ସେ ସ୍କ୍ରୀନ୍ଟେଷ୍ଟ୍ରେ ପାସ୍ ହେବାପରେ ହିଁ ଫିଲ୍ମ ଦୁନିଆକୁ ଆସିବେ । ଜୁନେଦ୍‌ ଅଭିନୟ ଟ୍ରେନିଂ ନେଉଛନ୍ତି ଏବଂ ସେ ଥିଏଟର୍ ସହିତ ମଧ୍ୟ ଜଡ଼ିତ ।

ଜୁନେଦ୍‌ଙ୍କ ଅଭିନୟ ଅମୀରଙ୍କୁ ପସନ୍ଦ ହେଇଛି । କିନ୍ତୁ ଅମୀର୍ ଚାହୁଁଛନ୍ତି ଯେ ସେ ଡେବ୍ୟୁ ଫିଲ୍ମରେ ଏକ ଦମ୍ଦାର୍ ଲିଡ୍ରୋଲ୍ରେ ଆସନ୍ତୁ । ତେବେ ସିନେପ୍ରେମୀ ମହଲରେ ଅମୀର୍ ମିଷ୍ଟର୍ ପରଫେକ୍ଟ ଆଖ୍ୟା ପାଇଥିବାବେଳେ ଜୁନେଦ୍ କ’ଣ ସବୁ ସଫଳତା ଅର୍ଜନ କରିବେ, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *