ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣି
ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା। ଜଷ୍ଟିସ ଏସଏ ବୋବଦେଙ୍କ ଅନୁପସ୍ଥିତି କାରଣରୁ ଏହାକୁ ପୁଣି ଘୁଞ୍ଚାଯାଇଥିବା ଜଣାପଡ଼ିଛି। ତେବେ କୋର୍ଟ କୌଣସି ନୂଆ ତାରିଖ ଘୋଷଣା କରି ନାହାନ୍ତି । ଆସନ୍ତା ଜାନୁଆରୀ ୨୯ ଅର୍ଥାତ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହେବାର ଥିଲା।
ଦୁଇଦିନ ତଳେ ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର ଲାଗି ଉଦ୍ଧିଷ୍ଟ ସୁପ୍ରିମକୋର୍ଟ ଖଣ୍ଡପୀଠକୁ ପୁର୍ନଗଠନ କରିଥିଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ୍ ଗୋଗେଇ। ଯେଉଁଥିରେ ଜଷ୍ଟିସ୍ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ଅଶୋକ ଭୂଷଣ, ଜଷ୍ଟିସ୍ଏସ୍ଅବଦୁଲ ନଜିର ଓ ଜଷ୍ଟିସ୍ଏସ୍ଏ ବୋବଡେ ସଦସ୍ୟ ରହିଥିଲେ।
୨୦୧୮ ଅକ୍ଟୋବରରେ ଶୁଣାଣି ହେବାକୁ ଥିବା ରାମ ଜନ୍ମଭୂମୀ-ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଚାଲିଛି । ଗତ ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଗତ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ। କାରଣ ୨୦ ବର୍ଷ ପୂର୍ବରୁ ସେ ଏହି ମାମଲାରେ ଗୋଟିଏ ପକ୍ଷର ଓକିଲ ଭାବେ କାର୍ଯ୍ୟ କରିଥିଲେ।
ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦ ବିଗତ କିଛି ଦଶନ୍ଧୀ ଧରି ଲଟକି ରହିଛି। ୬, ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍କୁ ଭାଙ୍ଗି ଦିଆଯାଇଥିଲା। ଏ ବାବଦରେ ଅପରାଧିକ ମାମଲା ସହିତ ଜମିଜମା ମକଦମା ମଧ୍ୟ ଚାଲିଛି। ମୂଳ ବିବାଦ ସହିତ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।