ଖବରକାଗଜ ଓ ଟେଲିଭିଜନ୍‌ ବିଜ୍ଞାପନ ବାବଦରେ ଦିନକୁ ୨୬ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି ଓଡ଼ିଶା ସରକାର

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ ଲୋକହିତକର ଯୋଜନା ସଂଖ୍ୟା ଯେମିତି ବୃଦ୍ଧି ପାଇଛି, ସେହି ଅନୁସାରେ ବଢ଼ି ଚାଲିଛି ସରକାରଙ୍କ ପ୍ରଚାର ପ୍ରସାର ଯୋଜନା। ବିଭିନ୍ନ ଟେଲିଭିଜନ୍‌ ଚ୍ୟାନେଲ୍‌, ଖବରକାଗଜ, ରେଡିଓ ଏବଂ ହୋଡିର୍ର୍ଂ ମାଧ୍ୟମରେ ସରକାର ବିଜ୍ଞାପନ ପ୍ରସାର କରି ଲୋକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ରଖିଛନ୍ତି। ଏହିକ୍ରମରେ ଓଡ଼ିଶା ସରକାର ଦିନକୁ ୨୬ ଲକ୍ଷ ୭୪ ହଜାର ୯୯୭ ଟଙ୍କା ଖର୍ଚ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।

ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଶ୍ଵପ୍ରିୟ କାନୁନଗୋଙ୍କ ପକ୍ଷରୁ ମଗାଯାଇଥିବା ଏକ ତଥ୍ୟର ଉତ୍ତର ଦେଇ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି, ରାଜ୍ୟ ସରକାର ୨୦୧୮ ଏବଂ ୨୦୧୮-୧୯ ଆର୍ଥିକବର୍ଷରେ ଟେଲିଭିଜନ୍‌ ଓ ଖବରକାଗଜରେ ବିଜ୍ଞାପନ ବାବଦକୁ ୯୭କୋଟି ୬୩ ଲକ୍ଷ ୭୪ହଜାର୦୯୬ ଟଙ୍କା ଖର୍ଚ କରିଛନ୍ତି। ଅର୍ଥାତ୍‌ ଏହିବର୍ଷ ଦିନକୁ ୨୬ ଲକ୍ଷ ୭୪ ହଜାର ୯୯୭ ଟଙ୍କା ବିଭିନ୍ନ ଇଲେକ୍ଟ୍ରନିକ୍‌ ଓ ପ୍ରିଣ୍ଟ ମିଡିଆକୁ ପ୍ରଦାନ କରିଛନ୍ତି।

ଗଲା ୧୦ ବର୍ଷର ହିସାବକୁ ତୁଳନା କଲେ ସରକାରଙ୍କ ପ୍ରତିଦିନର ହାରାହାରି ମିଡିଆ ପ୍ରଚାରବାବଦ ଖର୍ଚ ହେଉଛି ୯୫ ହଜାର୮୦୬ଟଙ୍କା ୩୭ ପଇସା। କିନ୍ତୁ ଏବର୍ଷ ତାହା ବହୁଗୁଣା ବଢ଼ିଯାଇଛି।

ଖବରକାଗଜରେ ସର୍ବାଧିକ ବିଜ୍ଞାପନ

ଜାନୁଆରୀ ପହିଲା ୨୦୧୦ ମସିହାରୁ ଡିସେମ୍ବର ୩୧, ୨୦୧୮ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ବାବଦରେ ୩୧୩କୋଟି ୭୪ ଲକ୍ଷ ୬୧ ହଜାର ୪୩୯ ଟଙ୍କା ଖର୍ଚ କରିଛନ୍ତି। ଏହି ଅର୍ଥରେ ସରକାର ବିଭିନ୍ନ ଖବରକାଗରେ ୪୭୩୧.୫୮ ବର୍ଗ ମିଟର ବା ୫୦୯୩୦ ବର୍ଗ ଫୁଟ ସ୍ଥାନ କିଣିଥିଲେ। ତାହାକୁ ଅନ୍ୟ ଭାଷାରେ ୧ଏକର ୧୬୯ ଡିସିମିଲ୍‌ ଜମିର ପରିମାଣ ସହ ସମାନ ବୋଲି କୁହାଯାଇପାରେ। ଏହି ବିଜ୍ଞାପନ ବାବଦ ଖର୍ଚ ୨୦୧୭ ବର୍ଷ ୫୦ କୋଟି ୬୮ ଲକ୍ଷ ୯୩ ହଜାର ୩୯୨ ଥିବାବେଳେ ୨୦୧୮ ବର୍ଷ ୯୨ କୋଟି ୯୫ ଲକ୍ଷ ୯୨ ହଜାର ୫୬୨ ରହିଛି। ୨୦୧୦ ମସିହାରେ ଏହି ବିଜ୍ଞାପନ ବାବଦ ଖର୍ଚ ୬ କୋଟି ୨୬ ଲକ୍ଷ ୦୧ହଜାର ୮୪୯ ଥିଲା। ୮ ବର୍ଷରେ ଏହି ଖର୍ଚ ପାଖଶପାଖି ୧୫ ଗୁଣା ବୃଦ୍ଧି ପାଇଛି ।

ଟିଭି ଓ ରେଡିଓକୁ ୨୨କୋଟି

ସରକାର ଟିଭି ଇଲେକ୍ଟ୍ରନିକ୍‌ ମିଡିଆକୁ ଏହି ୧୦ ବର୍ଷରେ ୨୧ କୋଟି ୯୫ ଲକ୍ଷ ୯୩ ହଜାର ୯୮୫ କୋଟି ଟଙ୍କା ବିଜ୍ଞାପନ ବାବଦରେ ପ୍ରାଦାନ କରିଛନ୍ତି। ୨୦୦୯-୧୦ ଆର୍ଇକ ବର୍ଷରେ ଏହି ଖର୍ଚ ପରିମାଣ ୪ଲକ୍ଷ୩୮ ହଜାର ଟଙ୍କା ଥିବା ବେଳେ ୨୦୧୮-୧୯ରେ ତାହା ୪କୋଟି ୬୭ ଲକ୍ଷ ୮୧ ହଜାର ୫୨୯ ଟଙ୍କା ଥିଲା। ଅର୍ଥାତ୍‌ ୧୦ ବର୍ଷରେ ୧୦ ଗୁଣା ଖର୍ଚ ବୃଦ୍ଧି ପାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ସର୍ବାଧିକ ୯ କୋଟି ୬୯ ଲକ୍ଷ ୧୧ହଜାର ୬୫୩ଟଙ୍କା ବିଭିନ୍ନ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ବିଜ୍ଞାପନ ଆକାରରେ ପ୍ରଦାନ କରିଥିଲେ।

ହୋର୍ଡିଂ ବାବଦକୁ ୪ବର୍ଷରେ ୧୪ କୋଟି

ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ହୋର୍ଡି ଲଗାଇବା ଲାଗି ୨୦୧୫-୧୬ ଆଥିର୍ର୍କବର୍ଷରୁ ଆରମ୍ଭ କରି ଏଯାଏ ୧୪ କୋଟି ୬୪ ଲକ୍ଷ ୨୯ ହଜାର ୧୭୦୯ ଟଙ୍କା ଖର୍ଚ କରିଛନ୍ତି। ଚଳିତବର୍ଷ କେବଳ ୧୦ କୋଟି ୩ ଲକ୍ଷ ୮୧ ହଜାର ୬୫୬ ଟଙ୍କା ଖର୍ଚ ହୋଇଛି। ୨୦୧୫-୧୬ ଆର୍ଥିକବର୍ଷରେ ଏହା ୨୪ ଲକ୍ଷ ୫୬ ହଜାର ୯୭୪ ଟଙ୍କା ଥିବା ବେଳେ ୨୦୧୬-୧୭ ଅର୍ଥିକ ବର୍ଷରେ ୩୯ଲକ୍ଷ ୯୧ ହଜାର ୨୭୦, ୨୦୧୭-୧୮ ବର୍ଷରେ ୩ କୋଟି ୯୫ ଲକ୍ଷ ୯୯ ହଜାର ୨୭୦ ଟଙ୍କା ହୋର୍ଡିଂ ବାବଦ ଖର୍ଚ ହୋଇଥିଲା।

Leave a Reply

Your email address will not be published. Required fields are marked *