ଫେବ୍ରୁଆରୀ ୧୫ ସୁଦ୍ଧା କଂଗ୍ରେସ ଟିକେଟ ବଣ୍ଟନ : ଜିତେନ୍ଦ୍ର

ଫେବ୍ରୁଆରୀ ୧୫ ସୁଦ୍ଧା ଦଳୀୟ ଟିକେଟ ପ୍ରଦାନ କରାଯିବ ବୋଲି କଂଗ୍ରେସ ପ୍ରଭାବରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଆସନ୍ତା ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଓ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ହଟିବ ବୋଲି ଶ୍ରୀ ସିଂ କହିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସର ଦଳୀୟ ଟିକେଟ ବଣ୍ଟନ ବିଳମ୍ବ ହେବା ନେଇ ପ୍ରଶ୍ନ ଉଠାଯାଇଥିଲା । ଏହା ଉପରେ ଶ୍ରୀ ସିଂ କହିଥିଲେ ଯେ, ଆସନ୍ତା ଫେବ୍ରୁଆରୀ ୧୫ ସୁଦ୍ଧା ଟିକେଟ ବଣ୍ଟନ କରାଯିବ । ବିଭିନ୍ନ କାରଣ ନେଇ ଟିକେଟ ପ୍ରଦାନରେ ବିଳମ୍ବ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ଶେଷ ସୁଦ୍ଧା ୫୦ ଆସନରେ ପ୍ରଥମେ ଟିକେଟ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । 

ସବୁ ମାସରେ ଥରଟିଏ ଓଡ଼ିଶା  ଆସିବେ ରାହୁଲ୍

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ଯଦି ରାଜ୍ୟ ରାଜନୀତି ଉପରେ ନଜର ପକାଇବା ତେବେ ଓଡ଼ିଶା ଦଖଲ କରିବାକୁ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଲେଣି । ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡିଶା ଆସୁଥିବା ବେଳେ ଶୁକ୍ରବାର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଖାଲି ଶୁକ୍ରବାର ନୁହେଁ ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ ଓଡିଶାକୁ ଥରୁଟିଏ ରାହୁଲ ଗାନ୍ଧି ଓଡିଶା ଆସିବେ ବୋଲି ସୂଚନା ମିଳିଛି ।

ସେହିପରି ଦଳୀୟ ବିଶୃଙ୍ଖଳାକାରୀଙ୍କୁ ସେ ବି କଡା ଚେତାବନୀ ଦେଇଛନ୍ତି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ  । ଜିତେନ୍ଦ୍ର କହିଛନ୍ତି,ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନାହିଁ । ଆଗକୁ ବି ଏହି ପ୍ରକ୍ରିୟା ଜାରି ରହିବ । ନିଜ ସ୍ୱାର୍ଥ ପାଇଁ ନେତା ଦଳ ଛାଡୁଛନ୍ତି ।

୨୯ତାରିଖରେ ଓଡିଶା ଆସିବେ ଅମିତ୍ ଶାହା

ସେପଟେ, ଆସନ୍ତା ୨୯ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କୁଳିଆଠାରେ ଆୟୋଜିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.