ବଂଶଧାରା ବିବାଦ : ଟ୍ରିବୁନାଲରେ ଶୁଣାଣୀ ଶେଷ; ଏବେ ହେବ ଯୁକ୍ତି

ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି। ଟ୍ରିବୁନାଲ ପ୍ରକଳ୍ପ ପରିଦର୍ଶନ କରି ସଂଗ୍ରହ କରିଥିବା ତଥ୍ୟର ରିପୋର୍ଟ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ଓଡିଶାର ୨ଟି ଅନ୍ତରୀଣ ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଯାହାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି। ଜାନୁଆରୀ ୨୮ ତାରିଖରୁ ଦୁଇ ରାଜ୍ୟର ଯୁଗ୍ମ ବୈଷୟିକ ଟିମ ଉଭୟ ପ୍ରକଳ୍ପ ନେରେଡି ଏବଂ କାଟ୍ରାଗୋଡା ଗସ୍ତ କରି ମିଳିତ ଆଲୋଚନା କରି ଏକ ଯୁଗ୍ମ ରିପୋର୍ଟ ଏକ ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ।

ମାମଲାର ପରବର୍ତ୍ତୀ ଶୁଣାଣି ୫ ମାର୍ଚ୍ଚ ଏବଂ ୬ ମାର୍ଚ୍ଚ ରେ ହେବ। ଏହା ପରେ ଏପ୍ରିଲ ୨, ୩ ଏବଂ ୪ ତାରିଖରେ ପୁଣି ମାମଲାର ଶୁଣାଣି ହେବ। ମାର୍ଚ୍ଚ ୫ ଓ ୬ ତାରିଖର ଶୁଣାଣିର ଏକ ସପ୍ତାହ ପୂର୍ବରୁ ଆନ୍ଧ୍ର ଓ ଓଡିଶା ସରକାର ନିଜ ନିଜର ପକ୍ଷ ଟ୍ରିବ୍ୟୁନାଲରେ ଦାଖଲ କରିବେ।

Leave a Reply

Your email address will not be published. Required fields are marked *