ବିଜେଡିରେ ପ୍ରଣୟ ସାହୁ

ଗତକାଲି ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିବା ଓ ବିଜେପୁର ଉପନିର୍ବାଚନରେ କଂଗ୍ରେସ ଟିକେଟରେ ଲଢିଥିବା ପ୍ରଣୟ ସାହୁ ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି । ନବୀନ ନିବାସ ଯାଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ପ୍ରଣୟ କହିଥିଲେଯେ, ଉପନିର୍ବାଚନରେ ଦଳ କାହିଁକି ପରାଜୟ ହେଲା ତାହାର ସମୀକ୍ଷା କରିବା ପାଇଁ ସେ କହିଥିଲେ । କିନ୍ତୁ ତାହା କରାଗଲା ନାହିଁ । କଂଗ୍ରେସ ପୁନର୍ବିନ୍ୟାସରେ ତାଙ୍କର କୌଣସି ଭୂମିକା ରହିଲା ନାହିଁ । ଅପରପକ୍ଷରେ ସେ କଂଗ୍ରେସ ଛାଡ଼ିବା ପରେ ବିଜେଡ଼ିରେ ଯୋଗଦେବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତରରେ ପ୍ରଣୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିନଥିଲେ । ତେବେ ବିଜେଡ଼ିରେ ସାମିଲ ହେବା ପାଇଁ ତାଙ୍କୁ ଅଫର ମିଳିଛି ବୋଲି ସେ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଣୟ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ସେ ଟିକେଟ ପାଇଁ ଆଶାୟୀ ନୁହଁନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାକୁ ସେ ନିର୍ବାହ କରିବେ ବୋଲି କହିଛନ୍ତି । ଗତ ବିଜେପୁର ଉପନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ନେତୃତ୍ବକୁ ଏହାର କାରଣ ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଦଳ ପକ୍ଷରୁ ଏ ସଂପର୍କରେ ମୁଣ୍ଡ ଖେଳାଯାଇନଥିଲା । ବରଂ ତାଙ୍କ ମତାମତ ଗ୍ରହଣ କରାନଯାୟୀ ବରଗଡ ଜିଲ୍ଲାରେ ମଣ୍ଡଳ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦିଆଗଲା ।

ସୂଚନାଯୋଗ୍ୟଯେ, ବିଜେପୁର ହାଇଭୋଲଟେଜ ଉପନିର୍ବାଚନରେ କଂଗ୍ରେସ ପ୍ରଣୟଙ୍କୁ ପ୍ରାର୍ଥୀ କରିଥିଲା । ପ୍ରଣୟ ନିର୍ବାଚନରେ ମାତ୍ର ୧୦୨୭୪ ଭୋଟ ପାଇଥିଲେ । ଗାଇସିଲଟ ବ୍ଲକରେ ତାଙ୍କର ବେଶ ପ୍ରଭାବ ଥିଲେ ମଧ୍ୟ ନବୀନଙ୍କ ଯାଦୁ ଆଗରେ ବିଜେପି ଓ କଂଗ୍ରେସର ରଣନୀତି ଫେଲ ମାରିଥିଲା । ସେହି ନିର୍ବାଚନରେ ବିଜେଡ଼ି ୪୨ ହଜାର ଭୋଟରେ ବାଜିମାତ କରିଥିଲା ।

Leave a Reply

Your email address will not be published. Required fields are marked *