‘ଟୋଟାଲ୍ ଧମାଲ୍’ର ଟ୍ରେଲର୍ ଆଉଟ୍
ଇନ୍ଦ୍ରକୁମାରଙ୍କ ନିର୍ଦେଶିତ ଆଗାମୀ ଫିଲ୍ମ ‘ଟୋଟାଲ୍ ଧମାଲ୍’ର ଟ୍ରେଲର ରିଲିଜ୍ ହୋଇଛି । କମେଡି଼ ଓ ରୋମାଞ୍ଚରେ ଭରପୂର ୩ ମିନିଟ୍ ଅବଧି ବିଶିଷ୍ଟ ଏହି ଟ୍ରେଲର୍କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍, ଅନୀଲ କପୁର୍, ମାଧୁରୀ ଦୀକ୍ଷିତ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ସଞ୍ଜୟ ମିଶ୍ରା, ଈଶା ଗୁପ୍ତା ଓ ବୋମାନ୍ ଇରାନିଙ୍କ ସହିତ ଆହୁରି ଅନେକ କଳାକାର ସ୍କ୍ରିନ୍ ସେୟାର୍ କରିବେ ବୋଲି ଖବର ମିଳିଛି । ଏହି ଟ୍ରେଲର୍ରେ ସମ୍ପୂର୍ଣ୍ଣ ଷ୍ଟାର୍କାଷ୍ଟ୍କୁ ଛୋଟଛୋଟ ଗ୍ରୁପ୍ରେ ବାଣ୍ଟି ଦିଆଯାଇଛି ଏବଂ ସେମାନେ ଭିନ୍ନ ଭିନ୍ନ ଉପାୟରେ ଟଙ୍କା ଖୋଜିବାରେ ଲାଗିଛନ୍ତି । ଏହାକୁ ନେଇ ହିଁ ଫିଲ୍ମର କାହାଣୀ ଆଗକୁ ବଢ଼ିଛି । ଇନ୍ଦ୍ର କୁମାରଙ୍କ ‘ଧମାଲୟ’ ସିରିଜ୍ର ଏହା ତୃତୀୟ ଫିଲ୍ମ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମରେ ଅମୀର ଖାନ୍ ମଧ୍ୟ ଅତିଥି ଭୂମିକାରେ ନଜର ଆସିବେ । ଫେବୃଆରୀ ୨୨ରେ ‘ଟୋଟାଲ୍ ଧମାଲ୍’ ସିନେମାଘରକୁ ଆସିବ ବୋଲି ସୂଚନା ମିଳିଛି । ‘ଟୋଟାଲ୍ ଧମାଲ୍’ର ଟ୍ରେଲର୍ ଯଦି ଏମିତି ଧମାଲ୍ କରୁଛି, ତେବେ ବକ୍ସ ଅଫିସ୍ରେ ଫିଲ୍ମ କିଭଳି ଧମାଲ୍ କରିବ ତାହା ଆପଣମାନେ ନିଶ୍ଚିତଭାବେ ଅନୁମାନ କରିପାରୁଥିବେ ।