ବଲିଉଡ୍‌ରେ ‘ମେଡ୍ ଇନ୍ ଚାଇନା’, ଚୀନ୍‌ରେ ରାଜକୁମାର

ଗତବର୍ଷ ମୁକ୍ତିଲାଭ କରିଥିବା କମ୍ ବଜେଟ୍ ଫିଲ୍ମ ‘ସ୍ତ୍ରୀ’ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଅନେକଗୁଡ଼ିଏ ଆୱାର୍ଡ଼ ଜିତିଥିବା ‘ସ୍ତ୍ରୀ’ରେ ଦକ୍ଷ ଅଭିନୟ ପାଇଁ ଏବେ ରାଜକୁମାର ରାଓ ଦର୍ଶକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେଣୁ ରାଜକୁମାରଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ମେଡ୍ ଇନ୍ ଚାଇନା’ ଉପରେ ଦର୍ଶକଙ୍କ ନଜର ରହିଛି । ଏଥିରେ ରାଜକୁମାର୍ଙ୍କ ଅନ୍‌ସ୍କ୍ରୀନ ନାୟିକା ଭାବେ ଅଛନ୍ତି ଗ୍ଲାମରସ୍ କୁଇନ୍ ମୌନି ରୟ ।

ଚୀନର ଏକ ମାର୍କେଟର ଫଟୋ ଭାଇରାଲ୍ ହେଉଛି ଯେଉଁଥିରେ ରାଜକୁମାର ରାଓ ଅଛନ୍ତି । ଏହା ଏକ କମେଡ଼ି ଫିଲ୍ମ ବୋଲି ଚର୍ଚ୍ଚା ହେଉଛି ଏବଂ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ମିଖିଲ୍ ମୁସ୍ଲେ । ମିଖିଲ୍‌ଙ୍କ ନିର୍ଦ୍ଦେଶିତ ୨୦୧୬ରେ ମୁକ୍ତିଲାଭ କରିଥିବା ଗୁଜରାଟି ଫିଲ୍ମ ‘ରଙ୍ଗ୍ ସାଇଡ୍’କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା ।

ଏବେ ମିଖିଲ୍ ବଲିଉଡ୍ ଡେବ୍ୟୁ କରିଛନ୍ତି । ଫିଲ୍ମର ନିର୍ମାତା ହେଉଛନ୍ତି ଦିନେଶ ବିଜେନ୍ । ଫିଲ୍ମର ପ୍ରଥମ ସେଡ୍ୟୁଲ୍ ଅହମଦାବାଦ୍ରେ ସୁଟିଂ କରାଯାଇଥିବାବେଳେ ଚୀନ୍ରେ ଦ୍ୱିତୀୟ ଭାଗର ସୁଟିଂ ଚାଲିଛି । ‘ମେଡ୍ ଇନ୍ ଚାଇନା’ ଆସନ୍ତା ଅଗଷ୍ଟ ମାସ ୩୦ ତାରିଖରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *