ନିର୍ବନ୍ଧ କଲେ ଏମି

ନୂଆବର୍ଷର ଆଗମନ ବଲିଉଡ୍ ପାଇଁ ଅନେକ ନୂଆ ଖୁସି ନେଇଆସିଛି । ବର୍ଷର ପ୍ରଥମ ଦିନରେ ‘ସିମ୍ବା’ ଅନେକ ରେକର୍ଡ଼ କରିଥିବାର ଖୁସି ଖବର ସିନେ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏବେ ଏମି ଜାକ୍ସନ୍ ଆଉ ଏକ ଖୁସି ଖବର ଣୁଣାଇଛନ୍ତି ଖିଲାଡ଼ି କୁମାର ଅକିଙ୍କ ରିଲ୍ ନାୟିକା ଏମି ଜାନୁୟାରୀ ୧ ତାରିଖରେ ନିର୍ବନ୍ଧ କରିଛନ୍ତି । ଏମିଙ୍କ ଭାବି ଜୀବନସାଥି ଜର୍ଜ ପନୟିଓତୁ ବ୍ରିଟେନ୍‌ର ଜଣେ ଅବରପତି ଭାବେ ବେଶ୍ ଜଣାଶୁଣା । ୨୦୧୫ରୁ ଏମି ଜର୍ଜଙ୍କ ସହିତ ରିଲେସନରେ ଥିଲେ। ଏମି ତାଙ୍କର ଓ ଜର୍ଜଙ୍କ ଏକ ରୋମାଣ୍ଟିକ ଫଟୋ ସେୟାର୍ କରି ଏହି ଖୁସି ଖବର ଦେଇଛନ୍ତି ।

ଏହି ଫଟୋରେ କ୍ୟାପସନରେ ଲେଖାଯାଇଛି – ‘ଜାନୁୟାରୀ ୧ -୨୦୧୯, ଜୀବନରେ ଏକ ନୂଆ ଆଡଭେଞ୍ଚର ଆରମ୍ଭ । ମୁଁ ତୁମକୁ ଭଲପାଏ । ମୋତେ ଦୁନିଆର ସବୁ ଖୁସି ଆଣିଦେଇଥିବାରୁ ଧନ୍ୟବାଦ୍’ । ଏହି ଖବର ସେୟାର୍ ହେବା ପରେ ଏମିଙ୍କ ପାଖକୁ ଅନେକ ସେଲିବ୍ରିଟି ଓ ପ୍ରଶଂସକଙ୍କ ପକ୍ଷରୁ ଅଭିନନ୍ଦନର ସୂଅ ଛୁଟିଛି । ସୂଚନାଯୋଗ୍ୟ ବ୍ରିଟିଶ୍ ପ୍ରପର୍ଟି ଟାଇକନ୍ ଏଣ୍ଡ୍ରିଆଜ୍ ପନୟିଓତୁଙ୍କ ପୁଅ ହେଉଛନ୍ତି ଜର୍ଜ ପନୟିଓତୁ । ସେ ଏବିଲିଟି କମ୍ପାନୀର ପ୍ରତିଷ୍ଠାତା । ଆଜିର ସମୟରେ ସେ ଅନେକ ଲଗ୍ଜରି ହୋଟେଲ୍ର ମାଲିକ । ଜର୍ଜଙ୍କ ପିତାଙ୍କ ସମ୍ପତି ମୂଲ୍ୟ ହେଉଛି ୪୦ କୋଟି ପାଉଣ୍ଡ୍, ଅର୍ଥାତ୍ ପ୍ରାୟ ୩୬୦୦କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *