ପୂର୍ବତଟ ରେଳପଥ ଟ୍ରେନ ଗୁଡିକରେ ଅଧିକ ସଂଖ୍ୟକ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ

ରେଳଯାତ୍ରୀ ମାନଙ୍କର ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ପ୍ରତି ମହିଳା ଯାତ୍ରୀମାନଙ୍କର ସକାରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ ଟ୍ରେନ ଗୁଡିକରେ ଏହି ସୁବିଧା ଉପଲବ୍ଧ କରାଇବାପାଇଁ ଯୋଜନା କରିଛି I ସ୍ଵଛ ରେଳ – ସ୍ଵଛ ଭାରତ ଅଭିଯାନ ର ଏକ ଅଂଶ ଭାବେ ରେଳବାଇ ପ୍ରତି ଯାତ୍ରୀମାନଙ୍କର ସକାରାତ୍ମକ ମନଭାବ ବୃଦ୍ଧି କରାଇବା ଉଦେଶ୍ୟ ସହିତ ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପୂର୍ବତଟ ରେଳପଥର ଏହା ଏକ ପ୍ରୟାସ ଅଟେ I  ୩୬ଟି ଟ୍ରେନରେ ସମୁଦାୟ ୯୧ଟି  ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ପୂର୍ବତଟ ରେଳପଥ ପକ୍ଷରୁ ଉପଲବ୍ଧ କରାଯାଇଅଛି I 


ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରୁ ଯଥା ପୁରୀ, ଭୁବନେଶ୍ୱର ଓ ବିଶାଖାପାଟଣାରୁ  ଛାଡୁଥିବା ୩୬ଟି ଗୁରୁତ୍ୱପୂର୍ଣ ଟ୍ରେନର ବିଭିନ୍ନ କୋଚ ମାନଙ୍କରେ ସମୁଦାୟ ୯୧ଟି  ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଯୋଗାଇ ଦିଆଯାଇଅଛି I ଏଠାରେ ଦର୍ଶାଇ ଦିଆଯାଇପାରେ ଯେ ଟ୍ରେନ ମାନଙ୍କରେ ଅଧିକ ସଂଖ୍ୟକ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ କରାଇବାରେ ପୂର୍ବତଟ ରେଳପଥ ଭାରତୀୟ ରେଳବାଇରେ ପ୍ରଥମ ରେଳପଥ I 


ପୁରୀରୁ ଛାଡୁଥିବା ୧୦ଟି ଟ୍ରେନ ଯଥା ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ଅହମଦାବାଦ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ, ପୁରୀ-ଦୁର୍ଗ ଏକ୍ସପ୍ରେସ, ଉତ୍କଳ ଏକ୍ସପ୍ରେସ, ଜଗନ୍ନାଥ ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ, ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ-ଆଜମେର ଏକ୍ସପ୍ରେସ, ପୁରୀ-ସିରଡ଼ି ଏକ୍ସପ୍ରେସ ଟ୍ରେନ ମାନଙ୍କରେ ୩୬ଟି ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ କରାଯାଇଅଛି I 


ସେହିପରି, ଭୁବନେଶ୍ୱର ରୁ ଛାଡୁଥିବା ୧୫ଟି ଟ୍ରେନ ଯଥା ହୀରାଖଣ୍ଡ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ ଗୁଡିକ, ପ୍ରଶାନ୍ତି ଏକ୍ସପ୍ରେସ, ଧାନବାଦ ଗରିବରଥ ଏକ୍ସପ୍ରେସ, ଭବାନୀପାଟଣା ଲିଙ୍କ ଏକ୍ସପ୍ରେସ, ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ, ବାଙ୍ଗାଲୋର କ୍ୟାଣ୍ଟ ଏକ୍ସପ୍ରେସ, ବଲାଙ୍ଗୀର ଇଣ୍ଟର ସିଟି ଏକ୍ସପ୍ରେସ, ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ, କୃଷ୍ଣରାଜପୁରମ ହମସଫର ଏକ୍ସପ୍ରେସ ଓ ବାଙ୍ଗିରିପୋଷି ଏକ୍ସପ୍ରେସ ମାନଙ୍କରେ ୨୮ଟି ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ କରାଯାଇପାରିଛି I 


ବିଶାଖାପାଟଣା ଠାରୁ ଛାଡୁଥିବା ୧୧ଟି ଗୁରୁତ୍ୱପୂର୍ଣ ଟ୍ରେନ ଯଥା ସମତା ଏକ୍ସପ୍ରେସ, ଏ.ପି ଏକ୍ସପ୍ରେସ, ନିଜ଼ାମୁଦ୍ଦିନ ଦକ୍ଷିଣ ଲିଙ୍କ  ଏକ୍ସପ୍ରେସ, କୋର୍ବା  ଏକ୍ସପ୍ରେସ, ବିଶାଖାପାଟଣା – ଏଲଟିଟି ବିଶାଖାପାଟଣା  ଏକ୍ସପ୍ରେସ, ହୀରାକୁଣ୍ଡ  ଏକ୍ସପ୍ରେସ, ବିଶାଖାପାଟଣା-ଗାନ୍ଧିଧାମ  ଏକ୍ସପ୍ରେସ, ବିଶାଖାପାଟଣା-ଦିଘା  ଏକ୍ସପ୍ରେସ, ବିଶାଖାପାଟଣା-ଟାଟା  ଏକ୍ସପ୍ରେସ, ବିଶାଖାପାଟଣା-ପାରାଦୀପ  ଏକ୍ସପ୍ରେସ ଓ ବିଶାଖାପାଟଣା-ଚେନ୍ନାଇ  ଏକ୍ସପ୍ରେସ ଟ୍ରେନ ମାନଙ୍କରେ ୨୩ଟି କୋଚରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନକୁ ପୂର୍ବତଟ ରେଳପଥ ପକ୍ଷରୁ ଉପଲବ୍ଧ କରାଯାଇଅଛି I 


ଏହା ବ୍ୟତୀତ, ଭୁବନେଶ୍ୱର, ବିଶାଖାପାଟଣା ଓ ପୁରୀ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ମଧ୍ୟ ପୂର୍ବତ ରେଳପଥ ପକ୍ଷରୁ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଗୁଡିକର ଉପଲବ୍ଧ କରାଯାଇଅଛି I  ପ୍ରତିଟି ନାପକିନର  ମୂଲ୍ୟ ୫ ଟଙ୍କା I  ଯାତ୍ରୀମାନେ ୫ ଟଙ୍କିଆ ମୁଦ୍ରାକୁ ମେସିନ ମଧ୍ୟରେ ପକେଇଲେ ନାପକିନ ମେସିନରୁ ଖଣ୍ଡେ ନାପକିନ ପାଇପାରିବେ I  ପ୍ରତିଟି ମେସିନରେ ପ୍ରାୟ ୭୫ଟି ନାପକିନ ରଖାଯାଇଅଛି I ରେଳଯାତ୍ରୀ ମାନଙ୍କର ଚାହିଦା ଓ ସକାରାତ୍ମକ ଅନୁଭୂତିକୁ ଧ୍ୟାନରେ ରଖି ପୂର୍ବତଟ ରେଳପଥ ଭବିଷ୍ୟତରେ ଅଧିକ ଟ୍ରେନରେ  ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ କରାଇବାକୁ ଯୋଜନା ରଖିଛି I 

Leave a Reply

Your email address will not be published.