ଶାଳପତ୍ର ଉପରୁ ଛାଡ ହେଲା ରୟାଲଟି
ରାଜ୍ୟ ସରକାରଙ୍କ ଆଉ ଏକ ଲୋକଭିମୁଖୀ ନିଷ୍ପତ୍ତି। ଶାଳପତ୍ର ଉପରେ ଛାଡ ହେଲା ରୟାଲଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶାଳପତ୍ର ଉପରେ ରୟଲଟି ଛାଡ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତିର ବହୁ ଲୋକ ଶାଳପତ୍ର ତୋଳି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ରୟାଲଟି ଛାଡ ପରେ ପ୍ରାୟ ୨୫ ଲୋକ ଶାଳପତ୍ର ତୋଳାଳି ଉପକୃତ ହେବେ। ପୂର୍ବରୁ ଶାଳପତ୍ର ଉପରେ କ୍ବିଣ୍ଟାଲ ପିଛା ୮୬ ଟଙ୍କା ରୟାଲଟି ଆଦାୟ କରୁଥିଲେ।
ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅର୍ଦ୍ଧାଧିକ ଲୋକ ଶାଳପତ୍ର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଦୀର୍ଘ ଦିନରୁ ଆଦିବାସୀମାନେ ମଧ୍ୟ ଶାଳପତ୍ର ଉପରୁ ରୟାଲଟି ଛାଡ ପାଇଁ ଦାବି କରିଆସୁଥିଲେ। ଅନୁସୂଚିତ ଜାତି ଜନଜାତି ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ଶେଷରେ ଶାଳପତ୍ର ଉପରୁ ରୟାଲଟି ଛାଡ କରି ସେମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା କରିଛନ୍ତି।