ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ଅପରାଧିକ ମାନସିକତାର ବ୍ୟକ୍ତି ବୋଲି କହିଲେ ପ୍ରତାପ ଜେନା
ଭୁବନେଶ୍ୱର,(ଓଟି): ଉଜ୍ଜ୍ୱଳା ଯୋଜନା ଦୁର୍ନୀତିରେ ବୁଡ଼ି ରହିଛି । ଏହି ଦୁର୍ନୀତିରୁ ସିଧାସଳଖ ଅର୍ଥ ସଂଗ୍ରହ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜନଗରରେ ଘଟିଥିବା ଉଜ୍ଜ୍ୱଳା ମହାଦୁର୍ନୀତି ଭାତ ହାଣ୍ଡିରୁ ଗୋଟିଏ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ଏବଂ ସୂଚନା, ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା।
ବିଜେଡି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ଜେନା କହିଛନ୍ତି, ଉଜ୍ଜଳା ଯୋଜନା ନାଁରେ ଭୁତ ହିତାଧିକାରୀ ସୃଷ୍ଟି କରାଯାଇ ତାଙ୍କ ନାମରେ ଟାଙ୍କି ଉଠାଯାଇଛି । ହିତାଧିକାରୀଙ୍କ ଅଜାଣତରେ ବି ଟାଙ୍କି ଉଠିଛି । ସମଗ୍ର ଓଡ଼ିଶାରେ ଏପରି ଦୁର୍ନୀତି କରାଯାଇ କୋଟି କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ଶ୍ରୀ ପ୍ରଧାନ ଉଠାଇଛନ୍ତି।
ଦୁର୍ନୀତିର ଏହି ପୋଷ୍ଟର ବୟ ଏବେ ପେଟ୍ରୋଲ ଟାଙ୍କି, ଗ୍ୟାସ୍ ଏଜେନ୍ସି ଏବଂ ତାଙ୍କ ଅଧୀନରେ ଥିବା ସଂସ୍ଥାଗୁଡିକୁ ପାଣ୍ଠି ଯୋଗାଣକାରୀ ଦୁଧିଆଳି ଗାଈ ଭଳି ବ୍ୟବହାର କରୁଛନ୍ତି । ବିଜେପୁର ଉପ-ନିର୍ବାଚନରେ ଗୋଟିଏ ପେଟ୍ରୋଲ ଟାଙ୍କିରୁ ୪୬ଲକ୍ଷ ଟଙ୍କା ଜବତ ହେବା, ଧର୍ମେନ୍ଦ୍ରଙ୍କ ଦୁର୍ନୀତିର ଢଙ୍ଗକୁ ସୂଚାଉଛି । ନିର୍ବାଚନ ମଣ୍ଡଳୀ ନଥିବା ଏହି ନେତାଙ୍କ କାର୍ଯ୍ୟକଳାପକୁ ଲୋକ ଖୋଲାଖୋଲି ପ୍ରଶ୍ନ କରିବା ଆରମ୍ଭ କଲେଣି ବୋଲି ଶ୍ରୀ ଜେନା କହିଛନ୍ତି ।
ରୀ ମହାପାତ୍ର କହିଛନ୍ତି ।
ଚୁଲି ଫୁଙ୍କୁଛନ୍ତି ୮୫% ଉଜ୍ୱଳା ହିତାଧିକାରୀ