ବିରୋଧିଙ୍କ ବିଚାରହୀନ ମହାମେଣ୍ଟ : ଯୋଗେନ୍ଦ୍ର ଯାଦବ

ନିକଟରେ କୋଲକାତାରେ ବିଜେପି ବିରୋଧିଦଳଗୁଡିକର ଯେଉଁ ରାଲି ହୋଇଥିଲା ତାହାକୁ ବିରୋଧିଙ୍କ ବିଚାରହୀନ ମହାମେଣ୍ଟ ବୋଲି ସ୍ୱରାଜ୍ୟ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି। ଶ୍ରୀ ଯାଦବ କହିଛନ୍ତି, କୋଲକାତାରେ ବହୁତ ନେତାଙ୍କ ଭିଡ଼ ହୋଇଥିଲା; କିନ୍ତୁ ସେମାନଙ୍କର ବିଚାରଧାରା କହିଁ? ସେମାନଙ୍କର ଏଜେଣ୍ଡା କଣ ? ଏହା ଉପରେ କୋଲକାତା ସମାବେଶରେ କୌଣସି ଆଲୋଚନା ହୋଇନାହିଁ। କେବଳ ସେତିକି ନୁହେଁ ସେଠାରେ କୃଷକ ସମସ୍ୟା, ବେରୋଜଗାର ଉପରେ କୌଣସି ଆଲୋଚନା ହୋଇନାହିଁ। ଏହାର କାରଣ ହେଉଛି, ଏହି ମହାମେଣ୍ଟର ନେତାମାନଙ୍କ ପାଖରେ ଦୃଷ୍ଟିକୋଣର ଅଭାବ ରହିଛି।

ଇିରୋଧି ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଗଣତାନ୍ତ୍ରିକ ବୋଲି କହୁଛନ୍ତି। କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ କ’ଣ କୁହାଯିବ ବୋଲି ଶ୍ରୀ ଯାଦବ ପ୍ରଶ୍ନ କରିଛନ୍ତି। ମମତା ନିଜ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ କରିବାକୁ ଦେଇନାହାନ୍ତି। ବିରୋଧି ଦଳକୁ ଗୋଟିଏ ବି ରାଲି କରିବାକୁ ଅନୁମତି ଦେଇନାହାନ୍ତି। ରାଜ୍ୟରେ ଗୁଣ୍ଡାଗର୍ଦ୍ଦିକୁ ପ୍ରୋତ୍ସାହନ ଦେଇଥିବା ଦେଖିବାକୁ ମିଳିଛି। ଅଖିଳେଶ ଯାଦବ, ମାୟାବତୀ, ଶରଦ ପାୱାର ଭଳି ନେତାମାନେ ଦେଶକୁ ଦୁର୍ନୀତିରୁ ରକ୍ଷା କରିବା କଥା କହୁଛନ୍ତି ଯାହାକି ଶଇତାନର ବେଦ ପାଠ ଭଳି ଲାଗୁଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଏହି ମହାମେଣ୍ଟ ବିଚାରହୀନଙ୍କ ଏକତ୍ରୀକରଣ ଛଡ଼ା ଆଉ କିଛି କୁହାଯାଇପାରିବ ନାହିଁ ବୋଲି ଶ୍ରୀ ଯାଦବ କହିଛନ୍ତି।

ଯୋଗେନ୍ଦ୍ର ଯାଦବଙ୍କ ମତରେ ବର୍ତ୍ତମାନ ରାଷ୍ଟ୍ରୀୟ ରାଜନୀତି ବିପଦରେ ପଡ଼ିଛି। ଏହାକୁ ବଞ୍ଚାଇବାକୁ ହେଲେ ବିରୋଧିଦଳଙ୍କ ସରକାର ନୁହେଁ ବିକଳ୍ପ ସରକାରର ଆବଶ୍ୟକତା ରହିଛି। ମମତାଙ୍କ ଏହି ୟୁନାଇଟେଡ଼ ଇଣ୍ଡିଆ ମହାରାଲିରେ ବିଜେଡ଼ି, ଟିଆରଏସ, ବିଏସପି ଯୋଗ ଦେଇନଥିବାବେଳେ କଂଗ୍ରେସ ମୁଖିଆ ସାମିଲ ହୋଇନଥିଲେ।

Leave a Reply

Your email address will not be published.