ନିଶା ଚଢ଼ିଲେ ଖିଲାଡ଼ି କୁମାର ଗାଆନ୍ତି ଏହି ଗୀତ

ଯେତେବେଳେ କୌଣସି ବ୍ୟକ୍ତି ନିଶାଶକ୍ତ ଥାଏ, ସେତେବେଳେ ସେ ବିଭିନ୍ନ ପ୍ରକାର ହରକତ କରିଥାଏ । ଏହା ବେଳେବେଳେ ମଜାଳିଆ ଲାଗେ । କିନ୍ତୁ ଅନେକ ସମୟରେ ନିଶାଶକ୍ତ ବ୍ୟକ୍ତି ମାରାତ୍ମକ ମଧ୍ୟ ହୋଇଥାଏ । ଏ ତ ଗଲା ସାଧାରଣ ବ୍ୟକ୍ତିଙ୍କର କଥା । କିନ୍ତୁ ଆପଣ କେବେ ଭାବିଛନ୍ତି ବଲିଉଡ୍ ସିଲେବ୍ସ ଯେତେବେଳେ ନିଶାରେ ଥାଆନ୍ତି, ସେମାନେ କିଭଳି ଆଚରଣ କରୁଥିବେ? ଏଭଳି ଖବର ଜାଣିବା ତ ଟିକେ

ମୁସ୍କିଲ୍ । କିନ୍ତୁ ଖିଲାଡ଼ି କୁମାରଙ୍କୁ ନିଶା ଚଢ଼ିଲେ ସେ ଗୀତ ଗାଆନ୍ତି । ଏକଥା ତାଙ୍କ ପତ୍ନୀ ଟ୍ୱିଙ୍କିଲ୍ ଏକ ଇଣ୍ଟଭ୍ୟୁ ମାଧ୍ୟମରେ ସେୟାର୍ କରିଛନ୍ତି । ଟ୍ୱିଙ୍କିଲ୍‌ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ ନିଶାରେ ଥିବାବେଳେ ‘ମେନ୍ୟୁ ଦିଲା ଦେ ଭିସା ଦୁବାଇ ଦା’ ଗୀତକୁ ଗାଇଥାନ୍ତି । ଅକ୍ଷୟଙ୍କ ଆଉ ଏକ ସିକ୍ରେଟ୍ ଉପରୁ ମଧ୍ୟ ଟ୍ୱିଙ୍କିଲ୍ ପର୍ଦା ଉଠାଇଛନ୍ତି । ଟ୍ୱିଙ୍କିଲ୍ କହିଛନ୍ତି ଯେ ଅକ୍ଷୟ ଫିଲ୍ମର ଇମୋସନାଲ୍ ସିନ୍ ଦେଖିବା ସମୟରେ କାନ୍ଦିଥା’ନ୍ତି ।

ଅକ୍ଷୟଙ୍କ ଏଭଳି କିଛି ସିକ୍ରେଟ୍ ଜାଣିବା ପରେ ପ୍ରଶଂସକ ମହଲରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚାର ଆସର ଜମିବାରେ ଲାଗିଛି ।

Leave a Reply

Your email address will not be published.