ହ୍ରିତିକ୍ଙ୍କ ଜନ୍ମଦିନରେ ସୁଜେନ୍ଙ୍କ ପକ୍ଷରୁ ଇମୋସନାଲ୍ ମେସେଜ୍
୧୦ ଜାନୁୟାରୀରେ ବଲିଉଡ୍ର ମାଂଚୋମ୍ୟାନ୍ ହ୍ରିତିକ୍ ୪୫ ତମ ଜନ୍ମଦିନ ପାଳିଥିଲେ । ଏହି ଅବସରରେ ବଲିଉଡ୍ର ଅନେକ ତାରକା ଏବଂ ପ୍ରଶଂସକଙ୍କୁ ପକ୍ଷରୁ ଶୁଭକାମନା ଓ ଅଭିନନ୍ଦନର ସୁଅ ଛୁଟିଛି । ଏଭଳି ଖୁସିର ମାହୋଲରେ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜେନ୍ ମଧ୍ୟ ନିଜକୁ ସାମିଲ୍ କରିଛନ୍ତି ।
ହ୍ରିତିକ୍ଙ୍କ ପାଇଁ ସୁଜେନ୍ ଲେଖିଛନ୍ତି – ‘ଦୁନିଆର ସବୁଠାରୁ ଭଲ ସାଙ୍ଗକୁ ଜନ୍ମଦିନର ଅନେକ ଅନେକ ଶୁଭକାମନା, ଫ୍ରେଣ୍ଡସ୍ ଫର୍ ଏଭର୍ । ଏହି ଶକ୍ତି ସୁବବେଳେ ତୁମ ସହିତ ରହିବ’ । ଏହା ସହିତ ସୁଜେନ୍ ହ୍ରିତ୍ରିକ୍ଙ୍କ ସହିତ ଦୁଇପୁଅର ଫଟୋ ସେୟାର୍ କରିଛନ୍ତି । ଡିଭୋର୍ସ ପରେ ହ୍ରିତିକ୍ ଓ ସୁଜେନ୍ ଅଲଗା ରହୁଥିଲେ ମଧ୍ୟ ପିଲାମାନଙ୍କ ଉପରେ କେବେ ମଧ୍ୟ ଏହାର ପ୍ରଭାବ ପଡ଼ିବାକୁ ଦେଇନାହାନ୍ତି ।
ସନ୍ତାନମାନଙ୍କ ପାଇଁ ହ୍ରିତିକ୍ ଓ ସୁଜେନ୍ ଏକ ଆଦର୍ଶ ପିତାମାତା ହେବାକୁ ସବୁବେଳେ ଧ୍ୟାନ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଉଭୟଙ୍କର ଏହି ମନୋଭାବ ବଜାୟ ରହିବ । ସୁଜେନ୍ଙ୍କ ଏହି ମେସେଜ୍ ହ୍ରିତିକଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ମେସେଜ୍ ପାଇଁ ହ୍ରିତିକଙ୍କ ପ୍ରଶଂସକ ଓ ସିନେପ୍ରେମୀଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।