ମୋଦିଙ୍କ କୋଟାକୁ ଗଡ଼କରୀଙ୍କ କଟାକ୍ଷ
‘ବିନା ଆରକ୍ଷଣରେ ଇନ୍ଦିରା ଗାନ୍ଧି ନିଜ କ୍ଷମତା ପ୍ରମାଣିତ କରିଥିଲେ’
ଭୁବନେଶ୍ୱର,(ଓଟି): ଆଗାମୀ ଲୋକସଭା ନିର୍ବାଚନରେ ବିଜୟୀ ହେବା ପାଇଁ ମୋଦି ସରକାର ଗରିବ ସବର୍ଣ୍ଣମାନଙ୍କ ପାଇଁ ଯେଉଁ ଆରକ୍ଷଣ ପ୍ରସ୍ତାବ କରିଛନ୍ତି ତାହାକୁ ୨୪ ଘଣ୍ଟା ନପୁରୁଣୁ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ନୀତିନ ଗଡ଼କରୀ ନାପସନ୍ଦ କରିବା ସହିତ କଟାକ୍ଷ କରିଛନ୍ତି।
େଆଜି ନାଗପୁରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ପ୍ରଶଂସା କରି କହିଛନ୍ତି, ବିନା ଆରକ୍ଷଣରେ ସେ ନିଜର କ୍ଷମତାକୁ ପ୍ରମାଣିତ କରିଥିଲେ। ଏପରିକି କ୍ଷମତା ପାଇଁ ଇନ୍ଦିରା ଗାନ୍ଧି କେବେ ବି ଆରକ୍ଷଣର ସହାୟତା ନେବାକୁ ଆବଶ୍ୟକ ମନେ କରିନଥିଲେ। ସେତେବେଳେ କଂଗ୍ରେସରେ ଅନେକ ବରିଷ୍ଠ ଓ ପ୍ରଭାବଶାଳୀ ପୁରୁଷ ନେତା ଥିଲେ ହେଁ ଇନ୍ଦିରା ସେମାନଙ୍କ ତୁଳନାରେ ଶ୍ରେଷ୍ଠ ବୋଲି ନିଜକୁ ପ୍ରମାଣିତ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି।
ନାଗପୁରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ୱୋଧନ କରି ଗଡ଼କରୀ କହିଛନ୍ତି, ସେ ମହିଳା ଆରକ୍ଷଣର ବିରୋଧି ନୁହଁନ୍ତି। କିନ୍ତୁ ରାଜନୀତି ପାଇଁ ରାଜନୀତି ଓ ଧର୍ମ ନାମରେ ଆରକ୍ଷଣକୁ ସେ ବିରୋଧ କରନ୍ତି ବୋଲି ମତ ଦେଇଛନ୍ତି।