୧୬ ପରିବର୍ତ୍ତେ ୧୫ରେ ବଲାଙ୍ଗୀର ଆସିବେ ମୋଦି
ଭୁବନେଶ୍ଵର, (ଓଟି): ଜାନୁଆରୀ ୧୬ ତାରିଖ ନୁହେଁ, ୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ ସମାବେଶରେ ମଧ୍ୟ ଯୋଗଦେବେ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ୧୬ ତାରିଖରେ ଆସିବେ ବୋଲି ସୂଚନା ଥିଲା।
ବାରିପଦା ଗସ୍ତର ମାତ୍ର ଗୋଟିଏ ସପ୍ତାହ ବ୍ୟବଧାନରେ ମୋଦି ଓଡ଼ିଶା ଆସିବା ଘଟଣାକୁ ରାଜନୈତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ୨୦୧୮ ଡିସେମ୍ବର ୨୪ ତାରିଖରେ ମୋଦି ଖୋର୍ଦ୍ଧା ଅରୁଗୁଳ ଆସିବା ପରେ ମୋଦି ଜାନୁଆରି ୫ ତାରିଖରେ ବାରିପଦା ଆସିଥିଲେ । ଏଥିରୁ ୨୦୧୯ ନିର୍ବାଚନ ପାଇଁ ବିଜେପି ଫୋକସରେ ଆଗକୁ ଓଡ଼ିଶା ଥିବା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି ।
ଜାନୁଆରୀ ୫ ପ୍ରଧାନମନ୍ତ୍ରୀ ବାରିପଦା ଆସିଥିଲେ। ସେଠାରେ ସେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସମାବେଶରେ ବି ଯୋଗ ଦେଇଥିଲେ। ଏହି ଅବସରରେ ସେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ
ଏହା ପୂର୍ବରୁ ଗତ ଡିସେମ୍ବର ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।











