ପ୍ରତିଥର ଜାନୁୟାରୀ ୧ ବଲିଉଡ୍ ପାଇଁ ବିଶେଷ, କାହିଁକି ଜାଣନ୍ତୁ

ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବଲିଉଡ୍ ତାରକାଙ୍କ ସେଲିବ୍ରେସନ୍ ଟିକେ ନିଆରା । ନ୍ୟୁଇୟର୍ ପାର୍ଟିର ମସ୍ତି ସହିତ ପ୍ରତିବର୍ଷ ବଲିଉଡ୍ ପାଇଁ ଜାନୁୟାରୀ ୧ ତାରିଖ ହୋଇଥାଏ ବିଶେଷ ଆକର୍ଷଣୀୟ । କାହିଁକି ଜାଣନ୍ତି? ତେବେ କହିରଖୁଛୁ ଜାନୁୟାରୀ ୧ ତାରିଖରେ କମେଡ଼ି କିଙ୍ଗ୍ ଆଶ୍ରାନୀଙ୍କ ସହିତ ଆଉ ୪ ଜଣ ତାରକାଙ୍କ ବାର୍ଥଡେ’ ସେଲିବ୍ରେସନ୍ ହୋଇଥାଏ । ଗୋଟିଏ ଦିନରେ ବଲିଉଡ୍ର ୫ଜଣ ତାରକାଙ୍କ ବାର୍ଥଡେ’ ସେଲିବ୍ରେସନ୍ ମାହୋଲ୍କୁ ଆହୁରି ରଙ୍ଗୀନ୍ କରିଦେଇଥାଏ । ସେହି ପଞ୍ଚ ତାରକା ହେଉଛନ୍ତି –

ଆଶ୍ରାନି

ବଲିଉଡ୍ର କମେଡ଼ି ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ପ୍ରଖ୍ୟାତ କଳାକାର ଆଶ୍ରାନି ୪୦୦ରୁ ଅଧିକ ଫିଲ୍ମରେ ପରଦା ଉପରକୁ ଆସିଛନ୍ତି । ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରୁଥିବ ଆଶ୍ରାନି ୧୯୪୧ ମସିହା ଜାନୁୟାରୀ ୧ ତାରିଖରେ ଜୟପୁରର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ବିଦ୍ୟା ବାଲାନ୍

ଛୋଟ ପରଦାର ‘ହମ୍ ପାଂଚ୍’ରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ବିଦ୍ୟା ଆଜିର ତାରିଖରେ ଆଗଧାଡ଼ିର ନାୟିକା ଭାବେ ପରିଚୟ ସୃଷ୍ଟି କରିଛନ୍ତି । ‘ଦି ଡାର୍ଟି ପିକ୍ଚର୍’ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ବିଦ୍ୟା ୧୯୭୯ ମସିହା ଜାନୁୟାରୀ ୧ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

ସୋନାଲି ବେନ୍ଦ୍ରେ

ସୋନାଲିଙ୍କ ଜନ୍ମଦିନ ମଧ୍ୟ ଜାନୁୟାରୀ ୧ । କ୍ୟାନ୍ସର୍ ସହିତ ସଂଘର୍ଷ କରୁଥିବା ସୋନାଲିଙ୍କ ଦୀର୍ଘାୟୁ କାମନା କରି ତାଙ୍କର ପ୍ରଶଂସକ ସୋସିଆଲ୍ ମିଡିଆରେ ମେସେଜ୍ କରିଛନ୍ତି ।

ନାନା ପାଟେକର୍

Mumbai: Actor Nana Patekar riding motorcycle during the promotion of upcoming film Ab Tak Chhappan 2 in Mumbai on 18th Feb, 2015. (Photo: IANS)

‘ତ୍ରିରଙ୍ଗା’ ଓ ‘କ୍ରାନ୍ତିବୀର୍’ ଭଳି ଅନେକ ସମାଜଧର୍ମୀ ଫିଲ୍ମରେ ନାନାଙ୍କ ସଂଳାପ ଓ ଅଭିନୟ ପାଇଁ ତାଙ୍କର ଅଗଣିତ ପ୍ରଶଂସକ ଅଛନ୍ତି । ସମାଜସେବାକୁ ଅଧିକ ପସନ୍ଦ କରୁଥିବା ନାନାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପକ୍ଷରୁ ଅନେକ ଶୁଭେଚ୍ଛା ମିଳିଛି । ୧୯୫୧ ମସିହା ୧ ତାରିଖରେ ଏକ ମରାଠୀ ପରିବାରରେ ନାନା ଜନ୍ମଗ୍ରହଣ କରିଥିଲେ ।

କେକେ ମେନନ୍

ନିଜର ଦକ୍ଷ ଅଭିନୟ ପାଇଁ ଆଜିର ସମୟରେ ଅଗଣିତ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା କେକେଙ୍କ ଜନ୍ମଦିନ ମଧ୍ୟ ଜାନୁୟାରୀ ୧ ତାରିଖ । ୧୯୬୬ରେ କେକେ କେରଳରେ ଜନ୍ମଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *