ନ୍ୟାଚୁରାଲ୍ କ୍ଲିଞ୍ଜର୍ ଖିର ଓ ମହୁ

ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି । କିନ୍ତୁ ଏଥିରେ ବାଧକ ସାଜିଥାଏ ବ୍ରଣ, ଡାର୍କ ସର୍କଲ୍, ଆଖିତଳର କଳା ଦାଗ ଓ ଅଏଲି ତ୍ୱଚା । ଏଥିରୁ ମୁକ୍ତି ପାଇବା ପାଇଁ ନ୍ୟାଚୁରାଲ୍ କ୍ଲିଞ୍ଜର୍ ଭାବେ ଖିର ଓ ମହୁର ଏକ ପ୍ୟାକ୍ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ । ଏହା ଆପଣଙ୍କୁ ଗୋରାପଣ ଦେବା ସହିତ ଏକ ଚମକଦାର୍ ତ୍ୱଚା ଦେବ । ଖିରରେ ଥିବା ମଶ୍ଚରାଇଜିଙ୍ଗ୍ ଗୁଣ ତ୍ୱଚାର କୋମଳତାକୁ ବଜାୟ ରଖିବା ସହିତ ବ୍ରଣ ସମସ୍ୟାକୁ ଦୂର କରିଥାଏ ।

ମହୁରେ ଥିବା ପୋଷକ ତତ୍ୱ ମୃତକୋଷିକାଗୁଡ଼ିକୁ ବାହାର କରିବା ସହିତ ବ୍ୟାକ୍ଟେିରିଆକୁ ଦୂର କରିଥାଏ । ଖିରରେ ଥିବା ଆଣ୍ଟି ସେପ୍ଟିକ୍ ଓ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ହେତୁ ଶୁଷ୍କ ତ୍ୱଚା ସମସ୍ୟା ଦୂର ହୋଇଥାଏ । ଖିରରେ ହ୍ୟୁମୋକଣ୍ଟେଟ୍ ନାମକ ଏକ ତତ୍ୱ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଚେହେରାରେ ଥିବା ସମସ୍ତ ପ୍ରକାର ଦାଗ ହଟିବା ସହିତ ଆଖିତଳର କଳାଦାଗକୁ ଦୂର କରିଥାଏ ।

୧୩ ବର୍ଷରୁ ରିଲେସନ୍‌ରେ ଥିଲେ ଦୀପିକା 

ଆରପାରିରେ ‘ମାଲ୍‌ଗୁଡ଼ି ଡେଜ୍’ର ଅଭିନେତା ଲୋକନାଥ

Leave a Reply

Your email address will not be published. Required fields are marked *