କଟକରେ ଆଜିଠୁ ମଦ ହୋମ୍ ଡେଲିଭରି କଲା ଜୋମାଟୋ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ କଟକରେ ମଦ ହୋମ୍ ଡେଲିଭରି ଆରମ୍ଭ କରିଛି ଜୋମାଟୋ। ଏହା ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ୍ ଡେଲିଭରି ଦେଉଥିବାବେଳେ ଏବେ ଜୋମାଟୋ ମଧ୍ୟ ହୋମ୍ ଡେଲିଭରି ଆରମ୍ଭ କରିଛି।
ସୂଚନାଅନୁସାରେ, ପୂର୍ବରୁ ଅନ୍ୟ ସଂସ୍ଥା ଜରିଆରେ ମଦ ଡେଲିଭରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରି ଆସୁଥିଲେ। ତେବେ ଜୋମାଟୋ ଏବଂ ମଦ ଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ପରେ ମଦ ହୋମ୍ ଡେଲିଭରି ଆରମ୍ଭ କରିଛି ଜୋମାଟୋ। ଆଜି ସକାଳ ୭ଟାରୁ ଅନ୍ଲାଇନ୍ ଅର୍ଡର ପରେ ୧ଟା ପରେ ହୋମ୍ ଡେଲିଭରି ଆରମ୍ଭ ହୋଇଛି।
କଟକ ସହରର ଉଭୟ ଠିପି ଖୋଲା ଓ ଠିପି ବନ୍ଦ କାଉଣ୍ଟରୁ ଏହି ହୋମ୍ ଡେଲିଭରି ହୋଇପାରିବ।ଏନେଇ କଟକ ବିଦେଶୀ ମଦ ବ୍ୟବସାୟୀ ସଂଘର ସଂପାଦକ ବିରଞ୍ଚି ନାରାୟଣ ସାହୁ ସୂଚନା ଦେଇଛନ୍ତି। ତେବେ ଅନଲାଇନ ମଦ ହୋମ ଡେଲିଭରି ଦେବାକୁ ସ୍ୱଗୀକୁ ଅନୁମତି ମିଳିନି ।