ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା : ’ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ’
ଭୁବନେଶ୍ବର, (ଓଡିଶା ଟାଇମ୍) :କେତେକ ରାଜ୍ୟରେ କରେନା ସ୍ଥିତି ଏବେ ବିଗିଡବାରେ ଲାଗିଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ପୁଣି ଫେରିଛି । ଲକଡାଉନ୍ ସମୟରେ କଷ୍ଟ ଏବେବି ତାଜା ଅଛି । ରାଜ୍ୟର ଅର୍ଥନୀତି, ବ୍ୟବସାୟ, ପିଲାଙ୍କ ପାଠପଡା ଆଦିକୁ ଲକଡାଉନ୍ ପ୍ରଭାବିତ କରିଛି । ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗ ପାଇଁ ବର୍ତ୍ତମାନ ସ୍ୱାଭିବକ ଅବସ୍ଥା ହୋଇଛି । କେହି ଲକଡାଉନକୁ ଫେରିବାକ ଚାହୁଁନାହାଁନ୍ତି ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତାରେ କରୋନା ମୁକାବିଲା ପାଇଁ ସଚେତନ ରହିବା ସହ ସତର୍କ ରହିବା ଆଦି ବାବଦରେ କହିଛନ୍ତି । ସେ କହିଛନ୍ତି ଯେ, କେତେକ ରାଜ୍ୟରେ କରେନା ସ୍ଥିତି ଏବେ ବିଗିଡବାରେ ଲାଗିଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ପୁଣି ଫେରିଛି । ଲକଡାଉନ୍ ସମୟରେ କଷ୍ଟ ଏବେବି ତାଜା ଅଛି । ରାଜ୍ୟର ଅର୍ଥନୀତି, ବ୍ୟବସାୟ, ପିଲାଙ୍କ ପାଠପଡା ଆଦିକୁ ଲକଡାଉନ୍ ପ୍ରଭାବିତ କରିଛି । ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗ ପାଇଁ ବର୍ତ୍ତମାନ ସ୍ୱାଭିବକ ଅବସ୍ଥା ହୋଇଛି । କେହି ଲକଡାଉନକୁ ଫେରିବାକୁ ଚାହୁଁନାହାଁନ୍ତି ।
ସେ ଆହୁରି କହିଛନ୍ତି ଯେ, ଲକଡାଉନରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ସତର୍କ ହେଲେ ଲକଡାଉନ୍ ଭଳି ସ୍ଥିତି ଉପୁଜିବ ନାହିଁ । ରାଜ୍ୟବାସୀ ପୂର୍ବ ଭଳି କୋଭିଡ୍ ଗାଇଡଲାଇନକୁ ପାଳନ କରିବା ଦରକାର । ବାହାରକୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ । ଠିକ ଭାବେ ପାଟି ଓ ନାକକୁ ଘେଡାଇ କରି ମାସ୍କକୁ ପିନ୍ଧିବା । ଘରକୁ ଫେରି ସାବନୁରେ ଭଲ ଭାବେ ହାତ ଧୋଇବା । ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି । ଏହି ଦିଗରେ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା ସମୟରେ ଜୀବନ ହାରିଥିବା ଯୋଦ୍ଧାଙ୍କୁ ନବୀନ ମନେ ପକାଇଛନ୍ତି ।











