ରାଷ୍ଟ୍ରପତିଙ୍କୁ ମାଗିଥିଲେ ଇଚ୍ଛା ମୃତ୍ୟୁ, ଚିକିତ୍ସା କରାଇବାକୁ ଅଣ୍ଟାଭିଡ଼ିଲା ପ୍ରଶାସନ

(କଳାହାଣ୍ଡି, ଓଡ଼ିଶା ଟାଇମ୍): ଦୀର୍ଘ ବର୍ଷ ଧରି ରୋଗ ଭଲ ନହେବାରୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଯୁବକ । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ଚିକିତ୍ସାପାଇଁ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ବ୍ଲକ ମାଡ଼ିଗୁଡା ପଞ୍ଚାୟତ ଚିକିଲି ଗାଁ ର ଅନୀଲ କପୁର ଶିଖା ଦୀର୍ଘ ବର୍ଷ ଧରି ଶର୍ଯ୍ୟାଶାୟୀ ଥିଲେ । ଦୀର୍ଘ 6 ବର୍ଷ ଧରି ଦୁର୍ଘଟଣାରେ ମେରୁଦଣ୍ଡ ଅକ୍ରମଣ୍ୟ ରୋଗରେ ପୀଡିତ ଥିଲେ ଅନୀଲ । ଅନେକ ଚିକିତ୍ସା କରାଇବା ପରେ ମଧ୍ୟ ସୁଫଳ ନମିଳିବାରୁ ଶେଷରେ ଜୀବନ ହାରିବାକୁ ନେଇଥିଲେ ନିଷ୍ପତ୍ତି । ଏନେଇ ରାଷ୍ଟ୍ରପତିଙ୍କ ଠାରୁ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମଧ୍ୟ ମାଗିଥିଲେ ।

ଅନୀଲ ଙ୍କ ଇଚ୍ଛା ମୃତ୍ୟୁ ଖବର ନେଇ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏବେ ଜିଲ୍ଲା ପ୍ରଶାସନ ଯେମିତି ଏକରକମ ତତ୍ପର ହୋଇ ଉଠିଛି ଅନୀଲଙ୍କୁ ଠିକ କରାଇବା ଲାଗି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ବିଶାଖାପାଟଣା ମେଡିକେୟାର ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ  ହୋଇଛି।

Leave a Reply

Your email address will not be published. Required fields are marked *