ଗାଁ ଦାଣ୍ଡରେ ପ୍ରବାସୀ ଯୁବକଙ୍କୁ ହତ୍ୟା, ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ମାରିଦେଲେ
ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମ ଜିଲା ସୋରଡ଼ା ଥାନା ହାତୀଗଡ଼ା ଗ୍ରାମରେ ଅଭବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକ ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯବକ ଜଣଙ୍କ ଅରୁଣ ଗୌଡ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାତୀଘୋଡା ଗାଁ ଦାଣ୍ଡରେ ଜଣେ ପ୍ରବାସୀ ଯୁବକଙ୍କୁ ହତ୍ୟା କରାଯାଇଛି । କିଛି ଯୁବକ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଏହି ହତ୍ୟାକାଣ୍ଡ ମଙ୍ଗଳବାର ରାତି ୮ଟା ବେଳେ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମୃତକ ଜଣଙ୍କ ସେହି ଗ୍ରାମର ଅରୁଣ ଗୌଡ ବୋଲି ଜଣାପଡିଛି ।
ତେବେ ମୃତ ଅରୁଣ ଗତ କିଛି ଦିନ ତଳେ କ୍ଵାରେଣ୍ଟାଇନ ସେଣ୍ଟରରୁ ନିଜ ଗାଁ ଘରକୁ ଫେରିଥିଲେ । ହତ୍ୟା ଘଟଣା ଘଟିବା ପରେ ପୁରା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।