ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଛାତ୍ର ବିଜେଡି କର୍ମୀଙ୍କ କାଳୀ ମାଡ଼, ପୁରୀରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ

ପୁରୀ,(ଓଡ଼ିଶା ଟାଇମ୍): ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି ସେ କହିଥିଲେ । ଗତକାଲି ଦେଇଥିବା ନିଜର ପୂର୍ବ ମତକୁ ଦୋହରାଇଛନ୍ତି ସମ୍ବିତ । ମହାପ୍ରଭୁ ରାଜ୍ୟ ସରକାରଙ୍କୁ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ।

ସମ୍ବିତଙ୍କୁ ବିଜେଡି କଡ଼ା ସମାଲୋଚନା କରିଛି । ଜଗନ୍ନାଥଙ୍କୁ ନେଇ ସମ୍ବିତ ଡ୍ରାମା କରୁଥିବା କହିଛନ୍ତି ପ୍ରତାପ ଦେବ । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି ଓ କଂଗ୍ରେସ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସମ୍ବିତ ପାତ୍ର ଯାହା କହୁଛନ୍ତି ଓ ଯାହା କରୁଛନ୍ତି ସବୁ ଡ୍ରାମା । ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।

Leave a Reply

Your email address will not be published.