ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଦିନ ଦି ପ୍ରହରରେ ଆତଙ୍କରାଜ । ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ରାସ୍ତା ମଝିରେ ହାଣିଲେ ଦୁର୍ବୁତ୍ତ । ଭୁବନେଶ୍ବର ସ୍ଥିତ ବାପୁଜୀ ନଗରରେ ଯୁବକଙ୍କୁ ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଯୁବକଙ୍କୁ ଫାର୍ସା ସାହାଯ୍ୟରେ ହାଣି ଗୁରୁତର କରି ପକାଇଛନ୍ତି ଦୁର୍ବୃତ୍ତ। ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଛନ୍ତି । ଏ ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କର କୌଣସି ପତ୍ତା ମିଳିପାରିନାହିଁ । କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published.