ଟ୍ରକ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ବାଲେଶ୍ବର, (ଓଡିଶା ଟାଇମ୍) : ଟ୍ରକ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ । ମର୍ଣ୍ଣିଂ ଓ୍ବାକ୍ ବେଳେ ଯୁବକ ଜଣଙ୍କ ଏଭଳି ଭାବେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରାତଃ ଭ୍ରମଣରେ ଯାଇଥିବା ଅନ୍ୟ ଲୋକମାନେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ତେବେ ଯୁବକର ପରିଚୟ ମିଳିପାରି ନାହିଁ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ସଂପୃକ୍ତ ଯୁବକ ଜଣଙ୍କ ମର୍ଣ୍ଣିଂ ଓ୍ବାକ୍ କରୁଥିଲେ । ସେହି ସମୟରେ ସେ ହଠାତ୍ ଟ୍ରକ୍ ଆଗକୁ ଡେଇଁ ପଡିଥିଲ । ଏଭଳି ଟ୍ରକ୍ ଆଗକୁ ଡେଇଁ ଯୁବକ ଜଣଙ୍କ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ ।
ଖବର ପାଇ ଘଟଣାସ୍ଥଳରେ ସୋର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଖବର ଲେଖା ହେବା ବେଳକୁ ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।