ସହିଦଙ୍କ ପରିବାରକୁ ଏବେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ, (ଓଡିଶା ଟାଇମ୍) :  ୟୁପିର କୌଣସି ଯବାନ ସହିଦ ହେଲେ ସେମାନଙ୍କ ପରିଜନଙ୍କୁ ଯୋଗୀ ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ନିଷ୍ପତ୍ତି ସମୟରେ କ୍ୟାବିନେଟ୍‌ର ମାହୋଲ ଭାବନାତ୍ମକ ହୋଇ ପଡିଥିଲା। ସମସ୍ତେ ଟେବୁଲ୍‌ ବଜାଇ ଯୋଗୀ ଆଦିତ୍ୟନାଥଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଥିଲେ।

ଯୋଗୀ ସରକାର ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍  ବୈଠକରେ ୟୁପିର କୌଣସି ଯବାନ ସହିଦ ହେଲେ ରାଜ୍ୟ ସରକାର ପରିଜନଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ପ୍ରସ୍ତାବ ରଖାଯାଇଥିଲା। ଯୋଗୀଙ୍କ ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି।

ଯୋଗୀ ଏହି ପ୍ରସ୍ତାବ ରଖିବା ସମୟରେ କହିଛନ୍ତି, ସହିଦ ଯବାନଙ୍କ ପରିବାର ଲାଗି ଯାହା କିଛି ବି କଲେ ସେ ସବୁ କମ ପଡିବ। ନିଆଯାଇଥିବା ଏହି ନିଷ୍ପତ୍ତି ବହୁତ ଛୋଟ, ମାତ୍ର ଆମେ ସେମାନଙ୍କ ପାଇଁ କିଛି କଲେ ଆମକୁ ସନ୍ତୁଷ୍ଟି ମିଳିବ। ଯୋଗୀଙ୍କ ଏହି କଥାରେ ସମସ୍ତେ ଭାବ ବିହ୍ଵଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା।

ଯୋଗୀ କହିଛନ୍ତି, ଉତ୍ତର ପ୍ରଦେଶର ମୂଳ ନିବାସୀ ଯାହାଙ୍କ ପରିବାର ୟୁପିରେ ରହିଛି ଏମିତି ସହିଦଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

Leave a Reply

Your email address will not be published.