ଯୋଗୀଙ୍କ କ୍ୟାବିନେଟରେ ସାମିଲ ହେବେ ୬ ନୂଆ ମନ୍ତ୍ରୀ !
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ରାଧାମୋହନ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଏହି ବୈଠକରେ ବିଧାନ ପରିଷଦ ନିର୍ବାଚନ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବିସ୍ତାର ହେବା ନେଇ ମଧ୍ୟ ଚର୍ଚ୍ଚା ହେବ ।
ଯୋଗୀଙ୍କ କ୍ୟାବିନେଟରେ ୬ ନୂଆ ମନ୍ତ୍ରୀ ଶପଥ ନେଇ ପାରନ୍ତି । ରାଧାମୋହନ ସିଂହଙ୍କ ସହିତ ଏହି ବୈଠକରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହ, ସଂଗଠନ ମନ୍ତ୍ରୀ ସୁନୀଲ ବଂଶଲଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଚେତନ୍ ଚୌହାନ ଏବଂ କମଲା ରାଣୀଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଛି । ଯେଉଁଥିପାଇଁ କି କ୍ୟାବିନେଟରେ ଦୁଇଟି ମନ୍ତ୍ରୀ ପଦ ଖାଲି ରହିଛି । ତେବେ ନୂଆ ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ଯୋଗୀ ସରକାରଙ୍କର କ୍ୟାବିନେଟ ବିସ୍ତାର ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।