ଯୋଗ କଲେ ମିଳେ ଏହି ସୁଫଳ
ଆଜି ଦେଶ ବିଦେଶର ବିଭିନ୍ନ କୋଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଆଶା କରାଯାଏ ନିୟମିତ ଯୋଗାଭ୍ୟାସ ମନୁଷ୍ୟକୁ ସୁସ୍ଥ ଓ ଦୀର୍ଘ ଜୀବୀ କରିଥାଏ । ପ୍ରାଚୀନ ଭାରତୀୟ ପରମ୍ପରାକୁ ଯେତେବେଳେ ସାରା ବିଶ୍ଵ ଗ୍ରହଣ କରିଲା ସେତେବେଳେ ଭାରତ ସକରାରଙ୍କ ଅନୁରୋଧ କ୍ରମେ ବିଶ୍ଵ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସର ମାନ୍ୟତା ଦେଲା। ଏହି ଯୋଗ ଦିବସ ପ୍ରଥମ କରି ୨୦୧୫ ମସିହା ଜୁନ୍ ୨୧ ତାରିଖରେ ପାଳିତ ହୋଇଥିଲା । ହେଲେ ଜାଣିଛନ୍ତି କି ଯୋଗ କରିଲେ ଶରୀରରେ କି ଲାଭ ହୋଇଥାଏ ।
ସ୍ମୃତି ଶକ୍ତି ବଢାଏ
- ଏକ ରିସର୍ଚ୍ଚ ଅନୁଯାୟୀ ପ୍ରତିଦିନ ଯୋଗ କଲେ ମଣିଷର ସ୍ମୃତି ଶକ୍ତି ବଢିଥାଏ । ଆପଣ ଚାହିଁଲେ ପଦ୍ମାସନ କରିପାରିବେ ।
- ଓଜନ ହ୍ରାସ କରାଏ- ପ୍ରତିଦିନ ଯୋଗ କରିଲେ ଶରୀରରେ ଫୂ ିର୍ ଆସିଥାଏ । ଏହାବ୍ୟତିତ ଶରୀରର ଓଜନ ହ୍ରାସ କରାଇବାରେ ମଧ୍ୟ ସହାୟତା ଦେଇଥାଏ । ଆପଣ ଚାହିଁଲେ ଦୈନନ୍ଦିନ ସୂର୍ଯ୍ୟ ନମସ୍କାର କରି ମଧ୍ୟ ସୁଫଳ ମିଳିବ ।
- ଯନ୍ତ୍ରଣାରୁ ମୁକ୍ତି ଦେବ- ଅନେକ ସମୟରେ ମଣିଷର ଅ । ତଥା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ସେଥିପାଇଁ ପ୍ରତିଦିନ ସୂର୍ଯ୍ୟ ନମସ୍କାର ଓ ଷ୍ଟ୍ରେଚିଙ୍ଗ ଭଳି ଯୋଗ କରନ୍ତୁ, ଦେଖିବେ ଆପଣଙ୍କୁ ଯନ୍ତ୍ରଣାରୁ ଆରାମ ମିଳିପାରିବ ।
- ଏହାଛଡା ଦୈନନ୍ଦିନ ଯୋଗ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ସାମାନ୍ୟ ଉପଶମ ମଧ୍ୟ ମିଳିଥାଏ ।
ଭାରତୀୟ ଶାସ୍ତ୍ର ଅନୁଯାୟୀ ଯୋଗ ଭାରତରୁ ଉତ୍ପତ୍ତି । ଏହା ପାଖାପାଖି ୫୦୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଏହାର ପ୍ରଣେତା ମହର୍ଷି ପତଞ୍ଜଳୀ ବୋଲି ମାନ୍ୟତା ରହିଛି । ବିଶେଷତଃ ଜୁନ୍ ୨୧ ତାରିଖରେ ଉ ର ଉ ର ଗୋଲାର୍ଦ୍ଧରେ ଏହି ଦିନ ବର୍ଷର ସବୁଠୁ ଲମ୍ବା ଦିନ ହୋଇଥାଏ । ଯାହାକୁ କେହିକେହି ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ।