ବାଲେଶ୍ୱରରୁ ବିରଳ ହଳଦିଆ ରଙ୍ଗର କଇଁଛ ଉଦ୍ଧାର

ବାଲେଶ୍ୱର, (ଓଡିଶା ଟାଇମ୍‌): ବାଲେଶ୍ୱର ଜିଲ୍ଲାରେ ଗତ ରବିବାର ଦିନ ସ୍ଥାନୀୟ ଗ୍ରାମବାସୀ ମାନେ ଏକ ବିରଳ ପ୍ରଜାତିର କଇଁଛକୁ ଠାବ କରିଛନ୍ତି ।

ଉଦ୍ଧାର କଇଁଛ ଏକ ବିରଳ ପ୍ରଜାତିର ବୋଲି ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି । ସେହି କଇଁଛର ଖୋଳପା ଓ ଶରୀର ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର ରହିଛି । ମୁଁ କେବେ ଏଭଳି ରଙ୍ଗର କଇଁଛ ଦେଖିନି ବୋଲି ସେ କହିଛନ୍ତି ।

ସୂଚନାନୁଯାୟୀ ବାଲେଶ୍ୱର ଜିଲ୍ଲାର ସୁଜନପୁର ଗ୍ରାମରୁ ଏହି କଇଁଛକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଗ୍ରାମବାସୀ । ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ସେହି କଇଁଛଟି ହସ୍ତାନ୍ତର କରିଥିଲେ । ଉକ୍ତ କଇଁଛଟି ଆଲବିନୋ ପ୍ରଜାତିର ବୋଲି ସୁତ୍ରରୁ ପ୍ରକାଶ ।

ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଜଣେ ଅଧିକାରୀ ସୁଶାନ୍ତ ନନ୍ଦ ଏନେଇ ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛନ୍ତି । ଯେଉଁଥିରେ କଇଁଛଟି ପାଣିରେ ପହଁରୁଥିବା ନଜର ଆସିଥିଲା । ଏଥିସହିତ ସେ ଲେଖିଛନ୍ତି ଯେ ଗ୍ରାମବାସୀଙ୍କ ଦ୍ୱାରା ସିନ୍ଧରୁ ଅନେକ ବର୍ଷ ପୂର୍ବରୁ ଏଭଳି ଏକ କଇଁଛ ଉଦ୍ଧାର କରାଯାଇଥିଲା ।

ସେହିପରି ସେ ଆଉ ଗୋଟିଏ ପୋଷ୍ଟରେ କଇଁଛର କ୍ଲୋଜ ସ୍ନାପ ସଟ୍ ଶେୟାର କରିବା ସହ ଲେଖିଛନ୍ତି ଯେ ଏହାର ଆଖି ଗୋଲାପି ରଙ୍ଗର ।

Leave a Reply

Your email address will not be published. Required fields are marked *