ସନ୍ଧ୍ୟାଯାଏ ବାଲେଶ୍ଵରରେ ତୋଫାନ: ଘଣ୍ଟାକୁ ୧୨୫ କିଲୋମିଟର ହୋଇପାରେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବାଲେଶ୍ଵରରେ ସନ୍ଧ୍ୟାଯାଏ ବିପତ୍ତି ରହିଛି। ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଏବେ ପବନର ବେଗ ଯଥେଷ୍ଟ ରହିଛି। ଏହା ସ୍ଥାନ ବିଶେଷରେ ୧୨୫ କିଲୋମିଟର ଯାଏ ପ୍ରବାହିତ ହେଉଛି। ଏହି ପରିସ୍ଥିତି ବିଳମ୍ବିତ ଅପରାହ୍ଣ ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗର ଘଣ୍ଟିକିଆ ବୁଲେଟିନ୍ରେ କୁହାଯାଇଛି ଯେ, ବାତ୍ୟାର କେନ୍ଦ୍ରସ୍ଥଳ ବା ଆଖି ଘଣ୍ଟାକୁ ୨୭ କିଲୋମିଟର ବେଗରେ ଗତି କରୁଛି। ଏହା ପଶ୍ଚିମବଙ୍ଗ ଓ ବାଂଲଶଦେଶ ଉପକୂଳ ଦୀଘା ଓ ହାତୀୟା ମଝିରେ ଯାଇ ସ୍ଥଳଭାଗରେ ପିଟି ହେବା ସମ୍ଭାବନା ରହିଛି। ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ହୋଇପାରେ ବୋଲି ଆଶଙ୍କା କରାଯାଇଛି।
ବାତ୍ୟାର ପ୍ରଭାବରେ ପାରାଦୀପରେ ସର୍ବାଧିକ ଘଣ୍ଟାପଅତି ୯୪ କିଲୋମିଟର ବେଗରେ ପବନ ରେକର୍ଡ଼ କରାଯାିଥିବା ବେଳେ ଚାନ୍ଦବାଲିରେ ୮୦, ଭୁବନେଶ୍ଵରରେ ୩୫, ବାଲେଶ୍ଵରରେ ୭୨ ଏବଂ ଗୋପାଳପୁରରେ ୭ କିଲୋମିଟର ରେକର୍ଡ କରାଯାଇଛି।
ସକାଳ ସାଢ଼େ ଆଠଟାରୁ ୧୧ଟା ଭିତରେ କୋଲକତାରେ ୫.୭ କିଲୋମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଦମ୍ଦମ୍ରେ ୧.୮, ଦୀଘାରେ ୧୨, ଡାଇମଣ୍ଡ ହାରବୋରରେ ୩.୨, ହଳଦିଆରେ ୮.୦ ଏବଂ କେନିଂରେ ୨୬.୭ ମିଲିମିଟର ରେକର୍ଡ କରାଯାଇଛି।