ବିଶ୍ୱର ପ୍ରଥମ ଚାଳକବିହୀନ ସୁପରସୋନିକ ଯୁଦ୍ଧ ଡ୍ରୋନ୍ ବିକ୍ରି ପାଇଁ ଆସିଲା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିଶ୍ୱର ପ୍ରଥମ ଚାଳକବିହୀନ ସୁପସୋନିକ୍ କମ୍ବାକ୍ଟ ବା ଯୁଦ୍ଧା ଏରିଅଲ ଭେଇକେଲ୍ ୟୁସିଏଭିକୁ ଲଞ୍ଚ୍ କରିଛି ସିଙ୍ଗାପୁର କମ୍ପାନୀ କାଲେ୍ ଏରୋସ୍ପେସ୍ । ଏହା ହେଉଛି ବିଶ୍ୱର ପ୍ରଥମ ସୁପରସୋନିକ ଅନମ୍ୟାନଡ୍ ୟୁସିଏଭି । ଏହାକୁ କମ୍ପାନୀ ୧୬ ମିଲିୟନ ଡଲାରରେ ବିକ୍ରି କରିବ ।
ଏହି ଜେଟକୁ ଆରୋ ବୋଲି ମଧ୍ୟ କୁହାଯାଏ । ଏହାର କ୍ଷମତା ଅଧିକ ରହିଛି । ଏପରିକି ଏହା ଶବ୍ଦର ବେଗଠୁ ଅଧିକ ବେଗରେ ଗତି କରିପାରେ । ଏହା ସ୍ୱୟଚାଳିତ ଭାବେ ଲଞ୍ଚ୍ ହୋଇପାରିବ ।
କାଲେ ଏରୋସ୍ପେସର ମୁଖ୍ୟ ନିର୍ବାହୀ ଅଧିକାରୀ ଆଇନ୍ ଲିମ୍ କହିଛନ୍ତି ଯେ, ୟୁଏଭି ନିଜର କ୍ଷମତା ପାଇଁ ପରିଚିତ । ତେବେ ପୂର୍ବରୁ କୌଣସି ୟୁଏଭି ଶବ୍ଦର ବେଗଠୁ ଅଧିକ ଗତିରେ ଯାଇପାରୁନଥିଲା । ଏବେ କିନ୍ତୁ କମ୍ପାନୀ ଏହି ସମସ୍ୟାର ସମାଧାନ କରିପାରିଛି ।
ୟୁସିଏଭିରେ ରାଡାର ଲାଗିଛି । ଏହାସହ ଇନଫ୍ରା ରେଡ୍ ସିଗନେଚର୍ ସିଷ୍ଟମ ରହିଛି । ଫଳରେ ଏହା ବହୁମୁଖୀ ଆକ୍ରମଣ କରିପାରିବ । ଏଥିରୁ ମିସାଇଲ୍ ଆକ୍ରମଣ ହୋଇପାରିବ । ଏହାସହ ଶତ୍ରୁର ଯୋଗଯୋଗ ସିଷ୍ଟମକୁ ଅବରୋଧ ମଧ୍ୟ କରିପାରିବ । ଏହି ୟୁସିଏଭି ୪୮୦୦ କିମି ଉଡିପାରେ । ଏହାକୁ ରିମୋଟ୍ ମାଧ୍ୟମରେ କଣ୍ଟ୍ରୋଲ କରାଯାଇ ପାରିବ ।