ବିଶ୍ୱ ହାତୀ ଦିବସ: କେଉଁଠି ରହିଛି ଦେଶର ପ୍ରଥମ ହାତୀ ସ୍ମାରକ୍, ପଢନ୍ତୁ
ଭୁବନେଶ୍ୱର, (ଓଡିଶା ଟାଇମ୍): ସାରା ଦୁନିଆରେ ଅଗଷ୍ଟ ୧୨ ତାରିଖରେ ‘ବିଶ୍ୱ ହାତୀ ଦିବସ’ ପାଳନ କରାଯାଇଥାଏ ।
ଏସିଆନ୍ ଓ ଆଫ୍ରିକାନ୍ ହାତୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସଚେତନ ତଥା ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷିତ କରିବା ପାଇଁ ଏହି ଦିବସକୁ ପାଳନ କରା ଯାଇଥାଏ ।
ଏହି ଦିବସକୁ ପ୍ରଥମ ଥର ଲାଗି ୨୦୧୨ ମସିହା ଅଗଷ୍ଟ ୧୨ ତାରିଖରେ ଆରମ୍ଭ କରାଯାଇଥିଲା ।
ମନୁଷ୍ୟର ମୃତ୍ୟୁ ପରେ ସ୍ମାରକ ତିଆରି କରିବା କଥା ପ୍ରାୟ ସମସ୍ତେ ଶୁଣିଥିବେ । ହେଲେ କେବେ ଶୁଣିଛନ୍ତି କି ହାତୀ ପାଇଁ ସ୍ମାରକୀ ତିଆରି କରିବା କଥା । କିନ୍ତୁ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ରହିଛି ଦେଶର ଏଭଳି ଏକମାତ୍ର ସ୍ମାରକ, ଯାହା ହାତୀଙ୍କ ସ୍ମୃତିରେ ତିଆରି ହୋଇଛି ।
ସ୍ମାରକୀରେ ସେହି ମାନଙ୍କ ନାମ ଲେଖାଯାଇଛି, ଯେଉଁ ହାତୀମାନେ ସଂରକ୍ଷଣ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।
ଦିଲ୍ଲୀ-ଆଗ୍ରା ରାଷ୍ଟ୍ରୀୟ ରାଜମାର୍ଗ ଉପରେ ରହିଛି ଚୁରମୁରା ଗାଁ । ଏହିଠାରେ ୱାଇଲ୍ଡ ଲାଇଫ୍ ଏସଓଏସ୍ ଦ୍ୱାରା ହାତୀ ସଂରକ୍ଷଣ କେନ୍ଦ୍ର ନିର୍ମାଣ କରା ଯାଇଥିଲା । ଖାସ୍ କରି ସେଠାରେ ୫ଟି ଶିଳାଖଣ୍ଡ ରହିଛି, ଯେଉଁଥିରେ ହାତୀଙ୍କ ନାମ ଓ ତାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି ।
ସେହିପରି ଏକ ରିପୋର୍ଟ ଅନୁଯାୟୀ ୧୯୯୦ରୁ ୨୦୦୦ ମଧ୍ୟରେ ଓଡିଶାରେ ବାର୍ଷିକ ହାରାହାରି ୩୩ ହାତୀଙ୍କର ମୃତ୍ୟୁ ଘଟିଛି ।
୨୦୦୦ରୁ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୪୬ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ୨୦୧୦ରୁ ୨୦୨୦ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ନେଇ ସୁତ୍ରରୁ ପ୍ରକାଶ ।