ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସରେ ଯୁବ ସମ୍ମିଳନୀ ଶିଶୁଙ୍କୁ ନିର୍ଯାତନାରୁ ରକ୍ଷା କରିବା ଯୁବବର୍ଗ, ସ୍ୱେଚ୍ଛାସେବୀଙ୍କ ଗୁରୁଦାୟିତ୍ୱ

ଭୁବନେଶ୍ବର, (ଓଡିଶା ଟାଇମ୍) : ଶିଶୁମାନଙ୍କୁ ହିଂସା ଓ ନିର୍ଯାତନା କବଳରୁ ରକ୍ଷା କରିବାରେ ଯୁବବର୍ଗ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସରକାରଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ବିଶ୍ୱ ଶିଶୁ ହିଂସା ନିରୋଧ ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀରେ ବକ୍ତାମାନେ ମତପୋଷଣ କରିଛନ୍ତି ।

ପିପୁଲ୍ସ କଲଚରାଲ ସେଣ୍ଟର(ପିକକ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତି କହିଥିଲେ ଯେ ଶିଶୁଙ୍କୁ ସ୍ୱପ୍ନ ଦେଖାଇବା ଓ ସୁନ୍ଦର ଭବିଷ୍ୟତ ଗଢ଼ିବାର ସମସ୍ତେ ପ୍ରଚେଷ୍ଟା କରିବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରିସଂଖ୍ୟାନ ଅନୁସାରେ ସାରା ବିଶ୍ୱରେ ପ୍ରାୟ ୧୦୦କୋଟି ପିଲା ହିଂସାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି କୋଭିଡ଼ ମହାମାରୀ ସମୟରେ ଏ ସଂଖ୍ୟା ବଢ଼ିବା ସହିତ ସାରା ବିଶ୍ୱରରେ ୧.୫ ବିଲିଅନ(ଦେଢ଼ ଶହ କୋଟି) ଶିଶୁ ବିଭିନ୍ନ ପ୍ରକାର ହିଂସା, ମାନସିକ ଚାପର ସମ୍ମୁଖୀନ ହୋଇଛନ୍ତି ।

ବିଦ୍ୟାଳୟ ବନ୍ଦ ରହିଛି, ପାରିବାରିକ ଅଶାନ୍ତିର ପ୍ରଭାବ ଦ୍ୱାରା ପିଲାଙ୍କ ଉପରେ ହିଂସା ବଢ଼ିଛି । ନିରନ୍ତର ବିକାଶ ଲକ୍ଷ୍ୟ(ଏସଡ଼ିଜି)ରେ ୨୦୩୦ ସୁଦ୍ଧା ସବୁ ରାଷ୍ଟ୍ରରେ ଶିଶୁ ବିରୋଧୀ ହିଂସା ବନ୍ଦ କରିବାକୁ ପଦକ୍ଷେପ ନେବାକୁ ଲକ୍ଷ୍ୟ ରହିଛି । ପରିବାରରେ ପିତାମାତା, ବିଦ୍ୟାଳୟରେ ଶିକ୍ଷକଙ୍କ ସମେତ ସମାଜରେ ସ୍ୱେଚ୍ଛାସେବୀ, ଗଣମାଧ୍ୟମ ଓ ସରକାରଙ୍କର ବିଶେଷ ଭୂମିକା ରହିଛି ।

କାର୍ଯ୍ୟକ୍ରମରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଶିଶୁମାନଙ୍କ ଉପରେ ନିର୍ଯାତନାକୁ କିଭଳି ବନ୍ଦ କରାଯାଇପାରିବ ତାହା ହେଉଛି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସର ମୁଖ୍ୟ ପ୍ରସଙ୍ଗ । ଏସଡ଼ିଜିରେ ମଧ୍ୟ ଏହାକୁ ପ୍ରମୁଖ ଲକ୍ଷ୍ୟ ଭାବେ ରଖାଯାଇଛି । ଏବେ ପରିବାର, ଗାଁ, ସହର ସବୁଠି ଶିଶୁଙ୍କ ଉପରେ ନିର୍ଯାତନା ବଢ଼ିଛି । ଲୋକେ ସଚେତନ ନହେଲେ ଶିଶୁ ସୁରକ୍ଷିତ ରହିପାରିବେନି । ପିଲାଙ୍କ ପାଇଁ ସୁରକ୍ଷିତ ବାତାବରଣ ତିଆରି କରିବା ଦାୟିତ୍ୱ ହେଉଛି ବଡ଼ମାନଙ୍କର ।
ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ୍ତ କୁମାର ବିଶ୍ୱାଳ କହିଥିଲେ ଯେ ସବୁ ଶ୍ରେଣୀର ଶିଶୁଙ୍କ ଉପରେ ନିର୍ଯାତନା କିଭଳି ବନ୍ଦ କରାଯାଇପାରିବ ତାହା ଏସଡ଼ିଜିରେ ସ୍ଥାନ ପାଇଛି ।

ଓଡ଼ିଶାର ଜନସଂଖ୍ୟାରେ ୪୦ଭାଗ ହେଉଛନ୍ତି ଯୁବବର୍ଗ । ଭାରତରେ ପ୍ରାୟ ୫୩ପ୍ରତିଶତ ପିଲା କୌଣସି ନା କୌଣସି ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି । ଶିଶୁ ନିର୍ଯାତନା ରୋକିବା ଦିଗରେ ଯୁବକଯୁବତୀମାନେ ବଡ଼ ଭୁମିକା ନେଇପାରିବେ । ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁରାଧା ମହାନ୍ତିଙ୍କ ସଂଯୋଜକାରେ ଅନୁ ିତ ଏହି କାର୍ଯ୍ୟକ୍ରମରେ ପିକକର ଅଧ୍ୟକ୍ଷା ଡ.ମିନାକ୍ଷୀ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶ୍ରୀ ଶୈଲାନି ସୁମନ, ମିଲୋନି ମିଶ୍ର, ୟସ ମହାନ୍ତି, ଶୁଭେନ୍ଦୁ ଦାସ, ସସ୍ମିତା ମୁଣ୍ଡା ପ୍ରମୁଖ ଯୁବବର୍ଗ ସଚେତନ ହେବା ସହିତ ବ୍ୟକ୍ତିଗତ ଓ ଗୋ ୀସ୍ତରରେ ମିଳିତ ଉଦ୍ୟମରେ ଶିଶୁମାନଙ୍କୁ ହିଂସା ଓ ନିର୍ଯାତନା କବଳରୁ ସୁରକ୍ଷା ଦେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକର ରତ୍ନା ଦାସ, ମୋନାଲିସା ପାତ୍ର, ବିଶ୍ୱଜିତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *