ଏନ୍‌ଡିଏରେ ନାରୀ ଶକ୍ତି, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏନ୍‌ଡିଏରେ ନାରୀ ଶକ୍ତିଙ୍କୁ ସୁଯୋଗ। ମହିଳାଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି। ସେନାରେ ଏବେ ସେମାନେ ଯୋଗ ଦେଇପାରିବେ। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ଏନ୍‌ଡିଏ ଏବଂ ନାଭାଲ ଏକାଡେମିରେ ମହିଳାମାଙ୍କୁ ପ୍ରବେଶ ମିଳିବ। ଏନେଇ ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ସନ୍ଧ୍ୟାରେ ଏହି ନିଷ୍ପତି ନିଆଯାଇଛି। ମହିଳା କ୍ୟାଡେଟ୍‌ଙ୍କୁ ଏହି ଦୁଇଟି ସଂସ୍ଥାରେ ସୁଯୋଗ ମିଳିବ କିନ୍ତୁ କେଉଁ ପଦ୍ଧତିରେ ସେ ନେଇ ନୀତି  ନିର୍ଦ୍ଧାରିତ ହୋଇନାହିଁ। ଏଥିପାଇଁ ଯୋଜନା ଚାଲିଛି। ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ। ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନି‌ଷ୍ପତ୍ତିରେ ମୁଁ ଆନନ୍ଦିତ। ସେମାନଙ୍କୁ ବୁଝାଇବାରେ ସମର୍ଥ ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ ବୋଲି କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟ ଆହୁରି କହିଛନ୍ତି ଯ‌େ, ନିଷ୍ପତ୍ତି ନିଆଯାଉଛି ବୋଲି ଗତ ଶୁଣାଣିରେ କହିଥିଲେ ଆମେ ହସ୍ତକ୍ଷେପ କରି ନ ଥାଆନ୍ତୁ। ସରକାର କ’ଣ କରୁଛନ୍ତି, ଭବିଷ୍ୟତରେ କିଭଳି ପଦକ୍ଷେପ ନିଆଯିବ ଏବଂ ଆମ ଠାରୁ କି ଆଦେଶ ଆବଶ୍ୟକ ହେବ ସେ ସଂକ୍ରାନ୍ତରେ ଆପଣ ଏକ ସତ୍ୟପାଠ ଦାଖଲ କରନ୍ତୁ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ୧୦ ଦିନ ସମୟ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ ଝିଅମାନଙ୍କୁ ଏନଡିଏ ଅର୍ଥାତ୍ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ସାମିଲ ହୋଇପାରିବା ନେଇ ଅନୁମତି ଦେଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହୋଇଥିବା ଏନଡିଏ ପରୀକ୍ଷାରୁ ଏହି ଆଦେଶ କାର୍ଯ୍ୟକାରୀ ହୋଇଥିଲା।

Leave a Reply

Your email address will not be published. Required fields are marked *