ନୂଆ ସଂସଦ ଭବନରେ ହେବ ଶୀତକାଳୀନ ଅଧିବେଶନ; ନୂଆ ବିଲ୍ଡଂ କାର୍ଯ୍ୟ ବିଷୟରେ ଅପ୍‌ଡେଟ୍ ଦେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍):ସଂସଦର ଶୀତକାଳୀନ ଅଧିବେଶ ନୂଆ ବିଲ୍‌ଡିଂରେ ହେବ। ଏଥିପାଇଁ ସରକାର ଜୋର୍‌ସୋର୍‌ରେ ଉଦ୍ୟମ ଜାରି ରଖିଛନ୍ତି। ଏହି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ସ୍ପିକରଙ୍କର ଏହି ସୂଚନା ପରେ ଦେଶରେ ନୂଆ ପାର୍ଲିଆମେଣ୍ଟ ବିଲ୍‌ଡିଂ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି।

ଯଦି ସବୁକିଛି ଯୋଜନା ମୁତାବକ ହେଲେ ତେବେ ଶୀତକାଳୀନ ଅଧିବେଶ ନୂଆ ସଂସଦରେ ହେବ ବୋଲି ରବିବାର ସୂଚନା ଦେଇଛନ୍ତି ଓମ ବିର୍ଲା। ସେ କହିଛନ୍ତି ” ସଂସଦର ନୂଆ ବିଲ୍ଡିଂରେ ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ଆମେ ଜୋର୍‌ସୋର୍‌ରେ ଉଧ୍ୟମ ଜାରି ରଖିଛୁ। ଆଉ ଏହି ବିଲ୍ଡିଂ ଆତ୍ମ ନିର୍ଭର ଭାରତର ଛବି ପ୍ରଦର୍ଶନ କରୁଛି।”

ସୂଚନା ଥାଉକି ନୂଆ ସଂସଦ ବିଲ୍ଡଂର ନାଁ ଏପିଜେ ଅବଦୁଲ୍ କଲାମଙ୍କ ନାଁରେ ନାମକରଣ କରିବାକୁ ମେ ମାସରେ ମୋଦୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ବିରୋଧୀ। କଲାମଙ୍କ ନାଁରେ ନାମକରଣ କରି ଦେଶକୁ ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେବାକୁ ବିରୋଧୀ କହିଥିଲା। ଏହି ପ୍ରସ୍ତାବକୁ ନେଇ ବର୍ତ୍ତମାନ ସୁଧା କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ଚଳିତ ବର୍ଷ ଅକ୍ଟୋବର ମାସ ସୁଧା ନୂଆ ବିଲ୍ଡିଂରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର ସବର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *