ଆସନ୍ତା ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) : ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହି ଅଧିବେଶନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ । ଏହି ଅଧିବେଶନ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଛି ।

ତେବେ କରୋନା କଟକଣା ମଧ୍ୟରେ ଗତ ଅକ୍ଚୋବର ୬ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଥିଲା। କୋଭିଡ କଟକଣା ଭିତରେ ସମସ୍ତ ଗାଇଡ଼ଲାଇନକୁ ମାନି ଅଧିବେଶନ କରାଯାଇଥିଲା। ଏଥିରେ ସମୁଦାୟ ୭ଟି ବିଲ୍ ପାରିତ ହୋଇଥିଲା ଏବଂ ୩ଟି ମୁଲତବୀ ନୋଟିସ ଆସିଥିଲା। ତେବେ ଏଥର ପ୍ରଶ୍ନକାଳ ହୋଇନଥିଲା। କେବଳ ଅନତାରକା ପ୍ରଶ୍ନ , ମୁଲତବୀ ନୋଟିସ ଓ ଶୂନ୍ୟକାଳ ହୋଇଥିଲା। ଆସନ୍ତା ଅଧିବେଶନରେ ପ୍ରଶ୍ନକାଳ ହେବ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

 

 

 

Leave a Reply

Your email address will not be published.