ଆଜିଠାରୁ କାଉଣ୍ଟରରେ ସିଧା ସଳଖ ମିଳିବ ମଦ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି କୁ ମଧ୍ୟ ଛାଡ କରାଯାଇଛି ।
ବିଦେଶୀ ଦୋକାନୀଙ୍କ ପାଇଁ ଦୁଇ ମାସ ଲାଇସେନ୍ସ ଫି ଛାଡ କରାଯାଇଥିବା ବେଳେ ଦେଶୀ ଦୋକାନୀଙ୍କ ପାଇଁ ତିନି ମାସ ଲାଇସେନ୍ସ ଫି ଛାଡ କରାଯାଇଛି । ପୂର୍ବରୁ କେବଳ ଅନଲାଇନରେ ବିକ୍ରି ହେଉଥିଲା ମଦ ।
ତେବେ ଆଜିଠାରୁ କାଉଣ୍ଟରରେ ସିଧା ସଳଖ ମଦ ମିଳିବ । ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ ଯାଏଁ ମଦ ବିକ୍ରି ହେବ।