ପାରାଦୀପ, ଭୁବନେଶ୍ଵରରେ କମୁଛି; ଭଦ୍ରକ ଓ ବାଲେଶ୍ଵରରେ ବଢୁଛି
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ବାତ୍ୟା ‘ଅମ୍ପନ’ ଧିରେ ଧିରେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ପାରାଦୀପରେ ପୁରୀ, ଭୁବନେଶ୍ଵର ଓ କଟକରେ ଏବେ ପବନ ଧୀରେ ଧୀରେ କମୁଛି। କିନ୍ତୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ ପବନର ବେଗ ଓ ବର୍ଷାପରିମାଣ ବଢ଼ିବାରେ ଲାଗିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପାରାଦୀପରେ ଘଣ୍ଟା ପ୍ରତି ସର୍ବାଧିକ ୧୦୬ କିମି ପବନ ରେକର୍ଡ କରାଯାଇଛି। ଏବେ ଏଠାରେ ପାରାଦୀପରେ ପବନ ବେଗ କମି ୮୯ କମି ରହିଛି। ଭଦ୍ରକ ଓ ବାଲେଶ୍ୱରରେ ପବନ ସନ୍ଧ୍ୟା ଯାଏ ହେବ। ବାଲେଶ୍ୱରରେ ପବନ ବେଗ ଘଣ୍ଟା ପ୍ରତି ୧୦୦ କିମିରୁ ସର୍ବାଧିକ ୧୨୫ କିମି ଯାଏ ଛୁଇଁବ। ତେବେ ଏହି ଜିଲ୍ଲାରେ ସାମୁଦ୍ରିକ ଜୁଆର ଉଠିବାର ସମ୍ଭାବନା ନାହିଁ।
ସେହିପରି ପାରାଦୀପରେ ୧୯୭.୧ ମିମି ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ ଅମ୍ଫନ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ। ଏହା ସହ ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ବେଗ ଧୀରେ ଧୀରେ କମିବା ନେଇ ସୂଚନା ଦିଆ ଯାଇଛି l