ଅନ୍ତର୍ଜାତୀୟ ଯୋଗ ଦିବସ: କାହିଁକି ଜୁନ୍ ୨୧ରେ ପାଳିତ ହୋଇଥାଏ
ପ୍ରତିବର୍ଷ ଜୁନ ମାସ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥାଏ । କୁହାଯାଏ ଯୋଗ ମନୁଷ୍ୟକୁ ଦୀର୍ଘ ଜୀବୀ କରିଥାଏ ।
ଏହି ଯୋଗ ଦିବସ ପ୍ରଥମ କରି ୨୦୧୫ ମସିହା ଜୁନ୍ ୨୧ ତାରିଖରେ ପାଳିତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ସେପ୍ଟେମ୍ବ ମାସରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ନିଜ ଭାଷଣରେ ଯୋଗର ଉପକାରିତା ସମ୍ପର୍କରେ ବୁଝାଇବା ସହ ଏହି ଦିବସ ପାଳନ ନେଇ କହିଥିଲେ । ପରେ ସମସ୍ତଙ୍କ ସହମତିରେ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷିତ କରାଯାଇଥିଲା ।
ପରେ ପ୍ରାୟ ୧୭୭ ସଦସ୍ୟଙ୍କ ଦ୍ୱାରା ୨୦୧୪ ମସିହା ଡିସେମ୍ବର ୧୧ରେ ଏହି ଦିବସ ପାଳନ ନେଇ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ।
ଭାରତୀୟ ଶାସ୍ତ୍ର ଅନୁଯାୟୀ ଯୋଗ ଭାରତରୁ ଉତ୍ପ ି । ଏହା ପାଖାପାଖି ୫୦୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଏହାର ପ୍ରଣେତା ମହର୍ଷି ପତଞ୍ଜଳୀ ବୋଲି ମାନ୍ୟତା ରହିଛି । ବିଶେଷତଃ ଜୁନ୍ ୨୧ ତାରିଖରେ ଉ ର ଉ ର ଗୋଲାର୍ଦ୍ଧରେ ଏହି ଦିନ ବର୍ଷର ସବୁଠୁ ଲମ୍ବା ଦିନ ହୋଇଥାଏ । ଯାହାକୁ କେହିକେହି ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ ।
ଭାରତୀୟ ପରମ୍ପରା ଅନୁଯାୟୀ ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟ ଦକ୍ଷିଣାୟନ ହୋଇଥାଆନ୍ତି । ଏହି ଦିନ ସମସ୍ତ ଆଧ୍ୟାତ୍ମି ସିଦ୍ଧି ପାଇବା ଲାଗି ଶୁଭ ସମୟ ହୋଇଥିାଏ । ଯେଉଁଥିପାଇଁ ଏହି ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଥାଏ ।
ସବୁ ବର୍ଷ ପରି ଚଳିତ ବର୍ଷ ଯୋଗ ଦିବସ ପାଳନ ଟିକେ ଅଲଗା ରହିବ । ଚଳିତ ଥରର ଥିମ୍ ରହିଛି- ଯୋଗ ଏଟ୍ ହୋମ୍ ଆଣ୍ଡ୍ ଯାଗ ୱିଥ୍ ଫ୍ୟାମିଲି । ବିଶ୍ୱବ୍ୟାପୀ କରୋନାଭାଇରସ ମହାମାରୀ ଯୋଗୁଁ ଚଳିତ ଥର ଘରେ ରହି ପରିବାର ସହ ଯୋଗ କରିବା ପାଇଁ ଦେଶବାସୀଙ୍କୁ କୁହାଯାଇଛି ।