କଂଗ୍ରେସ ଏତେ କରାମତିଆ କେବେଠୁ ହେଲା ?

* କଣ ହୋଇଛି ଓଡ଼ିଶା କଂଗ୍ରେସର ?
* କଣ ହୋଇଛି ଓଡ଼ିଶା ବିଜେପିର ?
* କଣ ହୋଇଛି ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାରର
* କାହିଁକି କଂଗ୍ରେସ ଏମିତି କମ୍ପମାନ କରୁଛି ?
* ବିଜେପିର ୭୮ ବିଧାୟକଙ୍କୁ ବଳି ଯାଉଛନ୍ତି କି କଂଗ୍ରେସର ୧୪ ବିଧାୟକ ?
* କଣ ବିଧାନସଭାକୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଚଳାଉ ନାହାନ୍ତି କି ବାଚସ୍ପତି ?
* କାହିଁକି କଂଗ୍ରେସ ବିଶୃଙ୍ଖଳାର ସୀମା ଲଂଘିଛି ବୋଲି କୁହାଯାଉଛି ?
* ସାମ୍ବିଧାନିକ ଦୃଷ୍ଟିକୋଣରୁ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ନଥାଇ, କଂଗ୍ରେସ କେମିତି, ଏମିତି, ଏତେ ଜୋରରେ ଡେଉଁଛି ?
* କାହିଁ, ବିଜେଡି ସରକାର ବେଳେ ତ ଏମିତି କେବେ ତ କଂଗ୍ରେସର କରାମତି ଦେଖିବାକୁ ମିଳି ନଥିଲା !

Bhubaneswar: ଗତ ଥରର ନବୀନ ସରକାରକୁ ଛାଡ଼ିଦେଲେ, ତା ପୂର୍ବରୁ କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ଥିଲା ନା ! କାହିଁ, ବିଜେଡି ସରକାର ଅମଳରେ ମହିଳାଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ଏମିତି କରାମତି କେବେ ତ ଦେଖାଇ ନଥିଲା ! ଏବେ କଂଗ୍ରେସକୁ ଏତେ କରାମତିଆ କଲା କିଏ ! ବହୁବର୍ଷ ଧରି Sleep Modeରେ ଥିବା କଂଗ୍ରେସ ଏବେ, ଏତେ ମାତ୍ରାରେ Active Modeକୁ ଓହ୍ଲାଇଲା କେମିତି !
ଏବେ କଂଗ୍ରେସ, ବିରୋଧୀ ଦଳ ତାଲିକାର (ସାମ୍ବିଧାନିକ ଦୃଷ୍ଟିକୋଣରୁ) ଯେଉଁ ତୃତୀୟ ସ୍ଥାନରେ ରହିଛି, ନବୀନଙ୍କ ଗତ ଥରର ପୂର୍ବରୁ ବିଜେପି ସେହି ପୋଜିସନରେ ଥିଲା । ତେବେ ଏବେ କାହିଁକି ଏତେ ହାଉ ହାଉ, କାହିଁକି ଏତେ ଝାମେଲା ! ପୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ଗୃହ ବିଭାଗ ଥାଉ ଥାଉ ! କଣ କଂଗ୍ରେସର Complain, Demand ? ରାଜ୍ୟରେ ମହିଳାଙ୍କ ସୁରକ୍ଷା ନା ଆଉ କିଛି ! କାହିଁକି, ଏହି ପ୍ରସଙ୍ଗରେ କଂଗ୍ରେସ ଗୃହ କମିଟି ତଦନ୍ତ ଦାବି କରୁଛି ! କାହିଁକି ଗୃହ କମିଟି ଗଠନ ପାଇଁ ରାଜ୍ୟ ସରକାର ରାଜି ହେଉନାହାନ୍ତି ! କଣ ଅନୁଗୁଳରେ (ଗତ କିଛିଦିନ ତଳେ) ୫ ବର୍ଷର କୁନି ଝିଅର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଓଡ଼ିଶାର ଗୋଦି ମିଡିଆ ଚାପି ଦେଲା ଭଳି, ରାଜ୍ୟର ମୋହନ ମାଝୀ ନେତୃତ୍ବାଧୀନ ସରକାରର ଏହା ଭିତିରି ନିର୍ଦ୍ଦେଶ ବା ପ୍ରୟାସ ନୁହେଁ ତ ! ଅନୁଗୁଳ ଘଟଣାକୁ ଚାପି ଦେବାକୁ ଭିତିରିଆ (ରାଜନୈତିକ ଦିଗରୁ) ପ୍ରୟାସ କରାଯାଇନି ତ !
ଏଥର ବିଧାନସଭାରେ ନମ୍ବର ୱାନ୍ ବିରୋଧୀ ଦଳର ମାନ୍ୟତା ପାଇ ନଥିଲେ ମଧ୍ୟ, ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜୋରଦାର ଘେରିଛି କଂଗ୍ରେସ । ପ୍ରମୁଖ ବିରୋଧୀ ଦଳ ବିଜେଡିର ୫୧ ବିଧାୟକ ଏହା କରିବାକୁ ସାହସ ଜୁଟାଇ ପାରି ନଥିବା ବେଳେ କଂଗ୍ରେସର ୧୪ ବିଧାୟକ ତାହା କରି ଦେଖାଇଛନ୍ତି । ଖାଲି ଦେଖାଇ ନାହାନ୍ତି, ପୂର୍ବର ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର ଅମଳରେ ନାରୀ ନିର୍ଯାତନାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା କଂଗ୍ରେସର ନେତାଏ କିନ୍ତୁ ଏମିତି Dare Devil Show କରିଥିବା, ଓଡ଼ିଶାବାସୀ କେବେ ବି ଦେଖି ନଥିଲେ । କିନ୍ତୁ ଦୀର୍ଘ ବର୍ଷ ପରେ ଓଡ଼ିଶାବାସୀ ଏବେ ଦେଖିଲେ, ଆଉ ଦେଖୁଛନ୍ତି ।
ସତରେ କଣ କଂଗ୍ରେସ Coming ନା, Trying to come back ! ଭକ୍ତଙ୍କ ରଣନୀତି ଠିକ Trackରେ ଅଛି ତ ! ଏ କଥା ଆମେ ଏଇଥି ପାଇଁ କହୁଛୁ, କାରଣ, କଂଗ୍ରେସର ବର୍ତ୍ତମାନର ଖବର ଯଦି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇପାରିଛି, ତାହା କେବଳ ତାହା କେବଳ ଭକ୍ତ ଦାସଙ୍କ ପିସିସି ସଭାପତିତ୍ବ ଅମଳରେ । କାରଣ, ମାର୍ଚ୍ଚ ୨୭ (୨୦୨୫) ବିଧାନସଭା ଘେରାଉ ଡାକରାରେ ଅତିକମରେ ୪ ଜଣ ପୂର୍ବତନ ପିସିସି ସଭାପତି ସାମିଲ ଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି କେନ୍ଦ୍ରରେ ବିଜେପି ସରକାର, ରାଜ୍ୟରେ ବି ସେହି ବିଜେପି ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୁଣି ରାଜ୍ୟ ପୋଲିସ ଏବଂ ପୋଲିସର ବିଭିନ୍ନ ବିଭାଗର ନେତୃତ୍ବ ନେଉଥିବା ଆଇପିଏସ୍ ଅଧିକାରୀଙ୍କ ମୁଖ୍ୟାଳୟ ହେଉଛି ଅମିତ ଶାହଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟ । ତଥାପି ଓଡ଼ିଶାର ୭୮ ବିଧାୟକଙ୍କୁ ନେଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିଥିବା ରାଜ୍ୟର ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାର, ପୁଣି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥାଇ, କଂଗ୍ରେସ, ଏତେ ବଡ଼ କାଣ୍ଡ କରିଦେଲା ! ଏ ଘଟଣାର ପ୍ରଚ୍ଛଦ ପଟ୍ଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦଳର (ବିଜେପି), କେହି ନେତା ବା ମନ୍ତ୍ରୀ ମାଷ୍ଟର ମାଇଣ୍ଡ ହୋଇ ନାହାନ୍ତି ତ ! କାରଣ Politics is not all about actions, it’s all about articulations, also. ( Not a single comment from central leaders of Odisha, yet on the, on-going Odisha political episode, raises eye-brow).
ଏଥିରୁ ଆମେ କଣ ବୁଝିବା ? ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାର ଅମଳରେ ମଧ୍ୟ ଏମିତି ବିଧାନସଭାରେ ରାତିରେ ରହିଥିଲେ କଂଗ୍ରେସ ବିଧାୟକମାନେ । ସେମାନଙ୍କ ରାତ୍ର ଭୋଜନର ବ୍ୟବସ୍ଥା କିନ୍ତୁ ସେତେବେଳର ନବୀନ ସରକାର କରିଥିଲେ । କିନ୍ତୁ ଏଥର ବିଧାନସଭାରେ ରାତିରେ ଶୋଇଥିବା କଂଗ୍ରେସର ୧୪ ବିଧାୟକ, ସେମାନଙ୍କ ନିଜ ଖର୍ଚ୍ଚରେ ରାତ୍ର ଭୋଜନ ମଗାଇ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବାଧୀନ ସରକାରର ପୋଲିସ ତାହା କଂଗ୍ରେସ ବିଧାୟକମାନଙ୍କ ପାଖରେ ପହଞ୍ଚିବାକୁ ଦେଇନାହିଁ । ବରଂ ରାତି ଅଧରେ ସମସ୍ତ କଂଗ୍ରେସ ବିଧାୟକ ଏବଂ ବିଧାୟିକାଙ୍କୁ ପୋଲିସ ଲଗାଇ ରାଜରାସ୍ତାରେ ଛାଡ଼ି ଦିଆଗଲା ।
ପୋଲିସ କିଏ ? ବିଧାନସଭା ମଧ୍ୟରେ ରାତିରେ ରହିଥିବା ବିଧାୟକଙ୍କୁ ତଣ୍ଟିଆ, ଧକ୍କା ମାରି ରାତି ଅଧରେ ରାଜରାସ୍ତାରେ ଛାଡ଼ିବାର ଅଧିକାର ବା କ୍ଷମତା ପୋଲିସକୁ ଦେଲା କିଏ ? କାରଣ ବିଧାନସଭା ଚାଲିଥିବା ବେଳେ କେବଳ ବାଚସ୍ପତି ହିଁ ତାର ସର୍ବେସର୍ବା ବା Custodian । ତେବେ ଯଦି ପରିସ୍ଥିତି ଦରକାର କରେ, ବାଚସ୍ପତି, ବିଧାନସଭାକୁ ପୋଲିସକୁ ଡକାଇ ପାରିବେ । ଏହା ତାଙ୍କର ସାମ୍ବିଧାନିକ ଅଧିକାର ଅନ୍ତର୍ଭୁକ୍ତ । କଣ ବିଧାନସଭାରେ ପୋଲିସକୁ ପ୍ରବେଶ କରିବାର ଅନୁମତି ବାଚସ୍ପତି ଦେଇଥିଲେ କି ?

ସତରେ, ରାଜ୍ୟରେ ମହିଳାଙ୍କୁ ନେଇ ଚାଲିଥିବା ରାଜନୀତିର କିଛି ଯଥାର୍ଥତା ଅଛି ନା ନାହିଁ ! କାରଣ, ରାଜ୍ୟ ହେଉ ବା ଦେଶ, କଂଗ୍ରେସ ସରକାର ଅମଳରେ ନାରୀ ନିର୍ଯାତନାର ତାଲିକା କିଛି କମ ଲମ୍ବା ନାହିଁ । ରାଜ୍ୟ କଂଗ୍ରେସର ଏଭଳି ଆଭିମୁଖ୍ୟ ଉପରେ ବିଜେଡି ନେତାଙ୍କ ପ୍ରତିକ୍ରିୟା ଦେଖିଲେ ଭିନ୍ନ କିଛି ଲାଗୁଛି । କାରଣ, ଶତ ପ୍ରତିଶତ ପ୍ରତ୍ୟକ୍ଷ ଭାବେ ନହେଲେ ବି ଶତ ପ୍ରତିଶତ ପରୋକ୍ଷ ଭାବେ ଏହା ବିଶ୍ବାସ ଏବଂ ଅନୁଭବ କରିବାକୁ ପଡୁଛି ଯେ, କଂଗ୍ରେସର ଏଭଳି Initiative ଏବଂ Show ପଛରେ ବିଜେଡିର ସମର୍ଥନ ରହିଛି । କାରଣ ବିଜେଡି ସରକାର ଅମଳରେ ହୋଇଥିବା ବେବିନା, ମମିତା, କୁନ୍ଦୁଲି ଏବଂ ପରୀ ଭଳି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବେଳେ କଂଗ୍ରେସର ଏଭଳି ଆଭିମୁଖ୍ୟ କିମ୍ବା ଆଚରଣ ଓ ଉଚ୍ଚାରଣ ସେହି ମାତ୍ରାରେ ଦେଖିବାକୁ ମିଳି ନଥିଲା । କିନ୍ତୁ ଏବେ ଦେଖିବାକୁ ମିଳୁଛି, ଯାହା ଅନେକ ମାତ୍ରାରେ ସନ୍ଦେହ ସୃଷ୍ଟି କରୁଛି । ସତରେ, ରାଜନୀତିର ଏ ଦିଶା ଏବଂ ଦଶାକୁ ଧରିବାକୁ ସାଧାରଣ ଲୋକର, ସାଧାରଣ ଆଖିର ଦୃଶ୍ୟ ପାଉନି ।…

Leave a Reply

Your email address will not be published. Required fields are marked *